ଗଞ୍ଜେଇ ବୋଝେଇ କାର ଜବତ, ଜଣେ ଗିରଫ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଗଞ୍ଜେଇ ବୋଝେଇ ଏକ କାର ଜବତ ସହ ଜଣ ଅଭିଯୁକ୍ତକୁ ଗିରଫ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ । ଅଭିଯୁକ୍ତ ଜଣକ ଫୁଲବାଣୀ ସହର ପେଞ୍ଜିସାହି ଏଫସିଆଇ ଛକର ଭି.ରମେଶ । ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ପୁଲିସ ଟିମ ଦ୍ୱାରା ଗୌଡପଡା ଜାତୀୟ ରାଜପଥ ୧୫୭ ରାସ୍ତାରେ ଜଗିଥିଲେ । ସାମ୍ନାପଟୁ ଏକ କାର ଆସୁଥିବା ଦେଖି ଅଟକାଇ ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ଗାଡିରୁ ୫୧.୧ କେଜି ଗଞ୍ଜେଇ ମିଳିଥିଲା । ଏହାର ହାରାହାରି ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ଏନେଇ ଥାନାରେ ୧୦୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ