ଗଞ୍ଜେଇ ଯେତେ ଧରିଲେ ସରୁନି ପୋଲିସ ପକ୍ଷରୁ ଚଢାଉ କରିଥିବା ବେଳେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅଞ୍ଚଳ ରେ ଏବେ ଗଞ୍ଜେଇ ବେପାରୀ ଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ଜଣାପଡ଼ିଛି । ପାଟପୁର ପୋଲିସ ପକ୍ଷରୁ ଘନଘନ ଚଢ଼ାଉ କରାଯାଇଥିଲେ ମଧ୍ୟ ଚୋରାଚାଲାଣ କମିବାର ନାଁ ଧରୁନି। ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ ଗଜପତି ସୀମାନ୍ତ ଅଳରେ ଗଞ୍ଜେଇ ବେପାରୀ ଙ୍କ ଭୁସ୍ୱର୍ଗ ପାଲଟିଛି। ପାଟପୁର ପୋଲିସ ପକ୍ଷରୁ ଚଢାଉ ହେଉଥିବା ବେଳେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି । ଏବେ ଜିଲ୍ଲା ରାଜ୍ୟ ପରେ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି ।ଗତକାଲି ପାଟପୁର ପୋଲିସ ପକ୍ଷରୁପାଟ୍ରୋଲିଂ ବେଳେ ସୁମୁତପୁର ହରିଣା ରାସ୍ତାରେ ଏକ ନାଲି ରଙ୍ଗର ହୁଣ୍ଡାଇ କାରରେ ଗଂଜେଇ ଚାଲାଣ ହୋଉଥିବା ଖବର ପାଇ ପାଟପୁର ପୋଲିସ ଚଢ଼ାଉ କରିଥିଲା । କାର କୁ ଅଟକାଇ ତଦନ୍ତ କରିବା ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଛି । କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଡ଼ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ୭୫ କେଜି ୨୫୦ ଗ୍ରାମ ଗଂଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ହେଲେ କଂସମାରି ଗାଁ ରାଜା ମୋହନ ଦୋରା, ଦିଲ୍ଲୀର ଆକାଶ ଗୁପ୍ତା । ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ କେଶ ନମ୍ବର ୧୫୦/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଏନେଇ ଆଜି ପାଟପୁର ଥାନା ପରିସର ମଧ୍ୟରେ ଆସିକା ଏସଡିପିଓ ଉମା ଶଙ୍କର ସିଂ, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ