ଗଞ୍ଜେଇ ସମେତ ୨ ଗାଡ଼ି ଜବତ; ୪ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସେହି ଅଞ୍ଚଳର ପେନାଗିରୀ ଛକ ନିକଟରୁ ଗୋଟିଏ ଟାଟା ଇଣ୍ଡିଗୋ କାର ଭିତରୁ ଦୁଇଟି ବସ୍ତାରେ ୫୦ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ଆଜି ଫିରିଙ୍ଗିଆ ଥାନା ପୁଲିସ କୌଣସି ସୁତ୍ରରୁ ଏହି ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ସେଠାରେ ଗାଡି ସବୁ ତଲାସି କରୁଥିବା ବେଳେ ସେଠାରେ ଗୋଟିଏ ଧଳା ରଙ୍ଗର କାର ଆସିଥିଲା। ସେହି ଗାଡିକୁ ତଲାସି କରିବାପରେ ପୁଲିସ ସେଥିରୁ ଏହି ଗଞ୍ଜେଇ ପାଇଥିଲା। ସେହି ଗଞ୍ଜେଇ ବୋଝେଇ କାରକୁ ଏସକଟରେ ନେଇ ଆସୁଥିବା ଏକ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ଏହି ସଂକ୍ରାନ୍ତରେ ଏକ ମାମଲା ୭୩/୨୦ ରୁଜ୍ଜୁକରି ଅଭିଯୁକ୍ତ ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଦିଲ୍ଲିପ କୁମାର ସାହୁ(୪୧), ଦେବାଶିସ ସାହୁ(୨୬), ପ୍ରତାପ ବେହେରା(୨୫) ଏବଂ ଫିରିଙ୍ଗିଆ ଥାନା ଅଞ୍ଚଳର ବଣ୍ଡଗୁଡା ଅଞ୍ଚଳର ଆଲୋକ ନାୟକଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ସେମାନେ ଏହି ଗଞ୍ଜେଇକୁ ନୟାଗଡ ଜିଲ୍ଲାକୁ ଚାଲାଣ କରୁଥିଲେ ବୋଲି ପୁଲିସ ପଚରା ଉଚରା ବେଳେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ