ଗଞ୍ଜେଇ ସହ କାର ଓ ବାଇକ ଜବତ : ୩ ଜଣ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ରେ ପୃଥକ ପୃଥକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୩ ଜଣ ଗଞ୍ଜେଇ ଚାଲଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଓ ଫିରିଙ୍ଗିଆ ଥାନା ରେ ମୋଟ 41କେଜି 100 ଗ୍ରାମ ଗଞ୍ଜେଇ ସହ ଦୁଇଟି କାର ଓ ଗୋଟିଏ ବାଇକ ଜବତ କରିଛି ପୋଲିସ l ଏଥିରେ ପୋଲିସ ତିନିଜଣ ଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି l ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୋଟିଏ କାର ସହ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି | ସେହିଭଳି ଭାବରେ ଏଫସିଆଇ ଛକରେ ମଧ୍ୟ ଚଢ଼ାଉ କରି ଗୋଟିଏ କାର ଏବଂ ବାଇକ ଗଞ୍ଜେଇ ଚୋରା ଚାଲାଣ କରିବା ବେଳେ ୨୬ କେଜି ଗଞ୍ଜେଇ ଜବତ୍ କରି ଦୁଇଜଣ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ | ଏବଂ ଘଟଣା ସ୍ଥଳରୁ ଡ୍ରାଇଭର୍ ପପୁନ ଦିଗାଲ ଚମ୍ପଟ ମାରିଥିବା ଜଣାପଡିଛି |