ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ)ବାହାର ଜିଲ୍ଲାକୁ କନ୍ଧମାଳରୁ କମୁ ନାହିଁ ଗଂଜେଇ ଚୋରା ଚାଲାଣ। କରୋନା ମହାମାରୀ ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ଥିବା ବେଳେ ମାଫିଆଙ୍କର କିଛି ଚିନ୍ତା ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରି ମାଲମାଲ ହେବା ନିଶା ମାଫିଆଙ୍କୁ କରୋନା ପ୍ରଭାବ ପଡୁ ନାହିଁ। ଫିରିଙ୍ଗିଆରୁ ଭୁବନେଶ୍ୱର ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ କାର ସହ ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା ।୨୪ ଘଣ୍ଟା ନ ପୁରୁଣୁ ପୁଣି ପୁଲିସ ଆଠଗଡକୁ ଚାଲାଣ ହେଉଥିବା ୧ କ୍ୱିଣ୍ଟାଲ ୨ କିଲୋ ଗଂଜେଇ ସହ ଏକ କାରକୁ ମାଝିପଡା ଛକ ନିକଟରୁ ଜବତ କରିଛି। ଏଥିରେ କଟକ ଜିଲ୍ଲା ତିଗିରିଆ ଥାନା ମଣେଶ୍ୱରପଡାର ପ୍ରତାପ ନାୟକଙ୍କୁ ପୁଲିସ ଗିରଫ କରିଛି। କାରରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଫିରିଙ୍ଗିଆ ଥାନା ଆଇଆଇସି ପି.ଶ୍ୟାମସୁନ୍ଦର ରାଓ ସଦଳବଳେ ଚଢାଉ କରିଥିଲେ। ।