ଗଞ୍ଜେଇ ସହ କାର ଜବତ, ତିନି ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜେଇ ଚୋରା ଚାଲାଣ ବେଳେ ୭୨.୬ କିଲୋ ଗ୍ରାମ ଗଞ୍ଜେଇ ସହ କାର ଓ ମୋବାଇଲ ଜବତ କରିବା ସହ ତିନି ଜଣ ବ୍ୟକ୍ତିଙ୍କୁ ମଇ ୨୮ ତାରିଖ ଦିନ ପୋଲସରା ପୋଲିସ ଗିରଫ କରିଛି।ତିନୋଟି ବ୍ୟାଗରେ ୭୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଗୋଟିଏ ରିନଲ୍ଟ ଡଷ୍ଟର କାରରେ ଚୋରା ଚାଲାଣ ବେଳେ ପୋଲିସ ଦ୍ୱରା ଧରାପଡି ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କହିଛନ୍ତି । ସୂଚନା ପ୍ରକାରେ ଶନିବାର ଦିନ ଭୋର ସକାଳ ସମୟରେ ପୋଲସରା ଥାନା ଏସ‌୍ଆଇ ଅଜୟ କୁମାର ମଳିକ ଓ ଅନ୍ୟ ପୋଲିସ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ମଥୁରା ନିକଟବର୍ତ୍ତୀ ମାରଦା ମନ୍ଦିର ନିକଟରେ ଗୋଟିଏ ରିନଲ୍ଟ ଡଷ୍ଟର କାର ଓଡି ୦୨ ଏସ୍ ୮୦୨୯ କୁ ସନ୍ଦେହ କରି ଅଟକାଇ ଥିଲେ। ଯାଞ୍ଚ୍ ସମୟରେ ସେଥିରେ ତିନୋଟି ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । କାରରେ ବସିଥିବା ପୋଲସରା ବ୍ଳକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ରବିନ୍ଦ୍ର ସାହୁ ଓ ତୋଫାନ ପ୍ରଧାନ ଏବଂ ଲକ୍ଷ୍ମଣପଲ୍ଲୀ ଗ୍ରାମର କାର୍ତ୍ତିକେଶ୍ୱର ସାହୁ ତିନି ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ, କର ଓ ମୋବାଇଲ ଜବତ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୨୧୫/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ଆସାମୀ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ତିନି ଜଣଙ୍କୁ ଜେରା ବେଳେ ଜବତ ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଆସିଥିବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳକୁ ଚାଲାଣ ହେଉଥିବା ପ୍ରକାଶ କହିଥିଲେ । ଏଥି ସହିତ ପୋଲସରା ଅଞ୍ଚଳର କିଛି ଯୁବତୀ ମଧ୍ୟ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ପାଇଥିବା ବେଳେ ଅନୁସନ୍ଧାନ କରି ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ