ଗଞ୍ଜେଇ ସହ କାର ଜବତ; ପାଞ୍ଚ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗ ଠାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ପୋଲିସର ପାଟ୍ରୋଲିଂ  ବେଳେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଗୋଟିଏ ରେନାଉଲଟ କାର ନଂ(ଆରଜେ.୧୧-ସିଏ -୩୧୯୮) କୁ ଯାଞ୍ଚ କରିବାବେଳେ ଗାଡ଼ିରୁ ୩0କିଲୋ ୫00ଗ୍ରାମ ଗଞ୍ଜେଇ ବାହାରିଥିଲା l ଗାଡ଼ିକୁ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଥିଲେ l ଗିରଫ ୩ ଜଣ ହେଲେ ରାମଚନ୍ଦ୍ର ବେରାଗୀ( ସାହାଜପୁର ମଧ୍ୟପ୍ରଦେଶ), ଇନ୍ଦ୍ରଜିତ କହଁର (ବନ୍ଧପଡ଼ା ବୌଦ୍ଧ ଜିଲ୍ଲା), ଦୁଃଖିଶ୍ୟାମ ମଳିକ( ଡୁଡୁଗୁମ ବାଲିଗୁଡ଼ା) ଅଞ୍ଚଳର ହୋଇଥିବା ବେଳେ ଏହି ଘଟଣାଟି ଏସଆଇ ଦୀପକ ରାଉତ ତଦନ୍ତ କରି ଏକ ମାମଲା ନମ୍ବର ୧୭୨ /୨0ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ସେହିପରି ଏସଆଇ ରଚିତା ମାଡକାମୀ ମହାସିଙ୍ଗିର ଅନ୍ୟ ଏକ ସ୍ଥାନରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଏକ  ଗାଡ଼ିରେ ୩୦କିଲୋ ୩୦୦ଗ୍ରାମ ଗଂଜେଇ  ଲୋଡ଼ କରିବାକୁ ନେଉଥିବା ସମୟରେ ଧରିଥିଲେ l  ଦୁଇ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଡୁଡୁଗୁମ ଅଞ୍ଚଳର ଦେବଦାସ ବିନ୍ଧାଣି ଓ ଇନ୍ଦ୍ରଜିତ କହଁରଙ୍କ  ନାମରେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଆଉ ଏକ ମାମଲା ନମ୍ବର ୧୭୪ /୨0ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ