ଗଞ୍ଜେଇ ସହ ବୋଲେରୋ ଜବତ ଚାଲାଣକାରୀ ଫେରାର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ନାଡ଼ାପାଟାଙ୍ଗ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି ପୋଲିସ୍ । ସେପଟେ ପୋଲିସ୍ କୁ ଦେଖି ଗଞ୍ଜେଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣ କାରୀ । ସୂଚନା ପ୍ରକାରେ ବାଲିଗୁଡ଼ା ଡିଏସପି ମନୋଜ କୁମାର ପୁଜାରୀ ନିଜ ଟିମ୍ ସହ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଭୋର୍ ସମୟରେ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ଦୃତ ଗତିରେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଆଡ଼କୁ ଯାଉଥିବା ବେଳେ ପୋଲିସ୍ ଗାଡ଼ିଟି କୁ ପିଛା କରିଥିଲା । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ ନିକଟରେ ଜଙ୍ଗଲିଆ ସ୍ଥାନ ଏବଂ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣ କାରୀ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୋଲିସ୍ ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଡିଏସପି ମନୋଜ କୁମାର ପୁଜାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ