ଗଞ୍ଜେଇ ସହ ହ୍ୟୁଣ୍ଡାଇ କ୍ରେଟା ଗାଡି ଜବତ
ଭଞ୍ଜନଗର, (ସନ୍ତୋଷ କୁମାର ବିଷୋଇ):ଥାନା ଅଧିକାରୀ କୁମର ମୁଦୁଲି, ଏ ଏସ ଆଇ ସୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନେଷ୍ଟବଲ ସନ୍ତୋଷ ନାୟକ ଏବଂ ଅମିତ ବିଶ୍ୱାଳ ଖାରୀଗୁଡା ଟୁଲ ଗେଟ ପାଖରେ ପେଟ୍ରୋଲିଙ୍ଗ ଏବଂ ଗାଡି ଚେକିଂ କରୁଥିବାବେଳେ ଫୁଲବାଣୀ ଆଡୁ ଗୋଟେ ହ୍ୟୁଣ୍ଡାଇ କ୍ରେଟା କାର ଯାହାର ନମ୍ବର OD 05 AB 7575 ଆସୁଥିଲା| ପୋଲିସ ଚେକିଙ୍ଗ ଦେଖି ସେ ଗାଡି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବାବେଳେ ସେହି ଗାଡିକୁ ଗୋଡ଼ାଇ ଧରିବାରେ ପୋଲିସ ସକ୍ଷମ ହେଲେ ଏବଂ ସେହି ଗାଡିକୁ ଯାଞ୍ଚ କରିବାରୁ ଜଣାପଡିଲାକି ସେହି ଗାଡ଼ିରେ ଗଂଜେଇ ଚାଲାଣ କରାଯାଉଥିଲା | ଆଜି ସକାଳ ପ୍ରାୟ 08 ଘଣ୍ଟା ସମୟରେ ଭଞ୍ଜନଗର ତହସିଲଦାର ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଗାଡିକୁ ଯାଞ୍ଚ କରିବାପରେ ସେହି ଗାଡିର ଡ଼ିକି ରେ 50 kg 940 gm ଏବଂ ପଛ ସିଟ ରେ 42kg 480 gm ଗଂଜେଇ ବାହାରିଲା| ପୋଲିସ ସେହି ଗଂଜେଇ ସହିତ ଗାଡିକୁ ଜବତ କରିବାସହିତ ଅଜୟ ଦିଗାଲ ପିତା କିରଟି ଦିଗIଲ ଗ୍ରାମ FCI ଛକ ଫୁଲବାଣୀ ଜିଲ୍ଲା କନ୍ଧମାଳ ଏବଂ ପ୍ରମୋଦ କୁମାର ବେହେରା , ଗ୍ରାମ ପେଞ୍ଜିସାହି, ଫୁଲବାଣୀ ଉଭୟ ଙ୍କୁ ଗିରଫ କରାଯାଇଛି |ସେମାନେ ସେ ଗଞ୍ଜେଇକୁ ସାରଙ୍ଗଡ଼ ରୁ ଆଣି ବ୍ରହ୍ମପୁର ନେଉଥିଲେ ବୋଲି ଜଣାପଡିଛି |ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେଶ ନମ୍ବର 1212/24 ପଞ୍ଜିକୃତ ହୋଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି |