ଗଠନ ହେବ ମୋହନା ସାମ୍ବାଦିକ ସଂଘ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୋହନା ଅଞ୍ଚଳ ବିଭିନ୍ନ ସ୍ଥାନରେ କାର୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଶେଷ କରି ବନ୍ଧୁ ମାନଙ୍କ ପରସ୍ପର ନିବିଡ ସଂପର୍କ ରଖିବା ପାଇଁ ପୈରାଣିକ ରିତି ନୀତି ରହିଥିବା ବେଳେ ମୋହନା ଅଞ୍ଚଳର ସମସ୍ତ ସାମ୍ବାଦିକ ଏକତ୍ରିତ ହେବାକୁ ନିଷ୍ପତ୍ତି ନେଇଥିଲେ । ଏବଂ କିଛି ଦିନ ମଧ୍ୟରେ ମୋହନା ର ସମସ୍ତ କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ସାମ୍ବାଦିକ ସଂଘ ଗଠନ କରାଯିବା କୁ ସ୍ଥିର କରାଯାଇଛି । ବହୁ ବର୍ଷରୁ ମୋହନା ରେ ସାମ୍ବାଦିକ ସଂଘ ଗଠନ ହୋଇଥିଲେ ମଧ୍ୟ ପରସ୍ପର ମନମାଳିନ କୁ ନେଇ ଏକତା ନଥିଲା ତେବେ ଆଜି ପୁଣିଥରେ ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମ କରାଯାଇ ନୁତନ ଭାବେ ସଂଘ ଗଠନ ହେବାକୁ ଯାଉଥିବାରୁ ସମସ୍ତ ସାମ୍ବାଦିକ ଖୁସି ବ୍ୟକ୍ତ କରିଛନ୍ତି। ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ମୋହନା ର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ଗଣେଶ ବିଶୋୟୀ , ବାବୁଲା ସେଠୀ, ଙ୍କ ସମେତ ପ୍ରେମାନନ୍ଦ ପୂଜାରୀ, ଆଶ୍ୱିନ ପାତ୍ର, ବାଦଲ ବେହେରା,ବିଳାସ ନାୟକ, ବିମଲ ନାୟକ,ପିଣ୍ଟୁ ପ୍ରଧାନ, ଶ୍ରୀହରି ପ୍ରଧାନ, ସୁଆଁନ ଛିଞ୍ଚାନି ଯୋଗଦେଇ ଥିଲେ ।


