ଗଠନ ହେଲା କିଡନୀ ପୀଡିତ ବ୍ଲକ ସଚେତନତା ମଞ୍ଚ

ବୌଦ୍ଧ, (ଯୁଗାଦ୍ଧ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦିନକୁଦିନ ମହାମାରୀ ପରି ଯେଉଁଭଳି କିଡନୀ ରୋଗ ତାର କରାଳ ରୂପ ବିସ୍ତାର କରିଚାଲିଛି ଓ ଏହାର ସଂସ୍ପର୍ଶରେ ପୀଡିତ ହୋଇ ସମ୍ପ୍ରତି ଅନେକ ପରିବାର ଧିରେ ଧିରେ ଏବେ ପୁରୁଷ ଶୂନ୍ୟ ହେବାଭଳି ଅତ୍ୟନ୍ତ ସ୍ପର୍ଶକାତର ଘଟଣା କୁ ନେଇ ବ୍ଲକର ବୁଦ୍ଧିଜୀବି ଓ ସଚେତନ ନାଗରିକ ମହଲରେ ଉଦବେଗ  ପ୍ରକାଶ ପାଉଛି।ଗତ କେଇବର୍ଷ ମଧ୍ୟରେ ବ୍ଲକରଅଧିକାଂଶ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ଲୋକ ଙ୍କର ଅକାଳ ମୃତ୍ୟୁ ଘଟିବା ସହ ଏବେ ଶହ ଶହ ଲୋକ ଏବେ ପୀଡିତ ହୋଇ ଚିକିତ୍ସାଧିନ ଥିବା ଖବର ବାରମ୍ବାର ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଇଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନଥିବାରୁ ହରଭଙ୍ଗା ବ୍ଲକକୁ ସ୍ୱମ୍ପୁର୍ଣ କିଡନୀ ରୋଗ ମୁକ୍ତ ଅଞ୍ଚଳକରିବା ପାଇଁ ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ଅଞ୍ଚଳବାସୀ ଏକାଠି ହେବାକୁ ଉଦ୍ୟମ କରାଯିବା ଲକ୍ଷ୍ୟ ନେଇ ରବିବାର ଦିନ ମା ଭୈରବୀ ଙ୍କ ମନ୍ଦିର ପରିସରରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟତଃ ବ୍ଲକର ଧଳପୁର, ରାମଗଡ଼, ତିଲେଶ୍ୱର, ହରଭଙ୍ଗା,ଛତ୍ରଙ୍ଗ, ସଙ୍କୁଲେଇ,କରଞ୍ଜକଟା, ବାଣୀଭୂଷଣପୁର, ଲୁଣିବାହାଲ, ସାମ୍ପୋଚ ଆଦି କିଡନୀ ରୋଗ ପ୍ରଭାବିତ ପଞ୍ଚାୟତର କିଛି ସଚେତନ ବୁଦ୍ଧିଜୀବି ଅଲୋଚନ ରେ ଭାଗନେଇ ସମସ୍ୟା ର ଗମ୍ଭୀରତା କୁ ନେଇ ଗଭୀର  ଉଦବେଗ ପ୍ରକାଶ କରିଥିଲେ।ସେହିପରି କ୍ରମାଗତ ଭାବରେଏ ଅଞ୍ଚଳରେ ଏହି ଦୂରା ରୋଗ ବ୍ୟାପିବାର ନିର୍ଦ୍ଧିଷ୍ଟ କାରଣ ଜାଣିବାପାଇଁ ଉଚ୍ଚ ସ୍ତରୀୟ ସାଇଣ୍ଟିଫିକ ଟିମ ଦ୍ୱାରା ଏହାର ପରୀକ୍ଷଣ କରାଯାଇ ଏହାର ନିରାକରଣ ପାଇଁ ବିହୀତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା।ଏଥିପାଇଁ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ସରକାର ଙ୍କ ଉଦେଶ୍ୟରେ ଦେବାକୁ ଥିବା ସ୍ମାରକପତ୍ର ରେ ଦସ୍ତଖତ ସଂଗ୍ରହ କରିବାକୁ ସମସ୍ତ କିଡନୀ ପ୍ରଭାବିତ ଅଞ୍ଚଳକୁ ଗ୍ରସ୍ତ କରାଯିବାକୁ ସହମତି ପ୍ରକାଶ ପାଇଥିଲା।ଏହି ଅବସରରେ ଗଠନ ହୋଇଥିବା ଅସ୍ଥାୟୀ କମିଟିରେ
ସଭାପତି ରୂପେ ପ୍ରମୋଦ କୁମାର ଦେହୁରୀ, ଉପସଉପସଭାପତି ପ୍ରତିଭା କୁମାର ସାହୁ, ସମ୍ପାଦକ ଭାବେ ଇଞ୍ଜିନିୟର ବିକାଶ ଚନ୍ଦ୍ର ମହାକୁଡ଼ ସହ ସମ୍ପଦକଭାବେ ଗୋପବନ୍ଧୁ ମହାପାତ୍ର ଉପଦେଷ୍ଟା ମଣ୍ଡଳୀରେ ବିଶିଷ୍ଟ ସମାଜସେବୀ ରାଜ କିଶୋର ଅଗ୍ରୱାଲ, ଶିକ୍ଷାବିତ ଦିନମଣି ଡାଙ୍ଗ,ଙ୍କୁ ମନୋନୀତ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇ ଥିଲା।ଏଥି ସମେତ ବ୍ଲକ ର ବିଭିନ୍ନ ଅଞ୍ଚଳର  ୧୬ଜଣ ସଦସ୍ୟ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ