ଗଠିତ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ଵର : ଯେଉଁ କର୍ମଚାରୀ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି, ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ଵରାନ୍ନିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ପ୍ରଶାସନିକ ଦ୍ଵାୟିତ୍ଵରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ। ପ୍ରତିବର୍ଷ ଜାନୁଆରୀ ମାସ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ ଏବଂ କୌଣସି କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ଯେପରି ପଦୋନ୍ନତି ପାଇପାରିବେ ସେଥିପାଇଁ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ୨୦୧୯ ଡିସେମ୍ବର ୨୦୧୯ ସୁଦ୍ଧା ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ। ସୂଚନାଯୋଗ୍ୟ ଯେ ପଦୋନ୍ନତି ପାଇଁ କର୍ମଚାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଅଦାଲତର ଦ୍ଵାରସ୍ଥ ହୋଇଥାନ୍ତି। ତେଣୁ ଏହି ଅଦାଲତ ଗଠିତ ହେବା ଦ୍ଵାରା କର୍ମଚାରୀମାନେ ଶୀଘ୍ର ନ୍ୟୟ ପାଇପାରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ