ଗଡଚଣ୍ଡୀରେ ବିଧାୟକ ସପକ୍ଷବାଦୀଙ୍କ ସମାବେଶ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଯଡିହି ବ୍ଲକ ଗଡଚଣ୍ଡୀ ନିକଟରେ ୪ଟି ପଞ୍ଚାୟତ ପକ୍ଷରୁ ବିଧାୟକ ସପକ୍ଷବାଦୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଢ଼ା, ଜମ୍ଭୀରା, ପନ୍ଦାଡୋ, ଢ଼େଙ୍କା ପ୍ରଭୃତି ପଞ୍ଚାୟତରୁ ଶହଶହ କର୍ମୀ ଯୋଗଦେଇ ବିଧାୟକ ଭାଗିରଥି ସେଠୀଙ୍କ ଗୁଣଗାନ କରିବା ସହିତ ଆଗାମି ଦିନରେ ବିଜୁ ଜନତାଦଳ ଭାଗିରଥି ସେଠୀଙ୍କୁ ଟିକେଟ ଦେବାଲାଗି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ଏଥିପାଇଁ ଏହିସବୁ ପଞ୍ଚାୟତର ବିଜେଡି କର୍ମୀମାନେ ଦସ୍ତଖତ ଅଭିଯାନ ମାଧ୍ୟମରେ ବର୍ତ୍ତମାନର ବିଧାୟକ ଭାଗିରଥି ସେଠୀଙ୍କୁ ପୁନର୍ବାର ବିଜେଡି ପକ୍ଷରୁ ଟିକେଟ ଦେବାପାଇଁ ନିବେଦନ ପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି । ବିଧାୟକ ଭାଗିରଥି ସେଠୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଅପ୍ରତିଦ୍ୱନ୍ଦୀ ନେତା, ସେ ଏହିସବୁ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କର ଜନହୀତକର ଯୋଜନା ଗୁଡିକ କାର୍ଯ୍ୟକାରୀ କରାଇବା ସହିତ ଲୋକଙ୍କ ସହିତ ଅଛନ୍ତି ଓ ବିକାଶ ପାଇଁ ଲାଗିପଡିଛନ୍ତି ବୋଲି ଉପସ୍ଥିତ କର୍ମୀମାନେ ମତବ୍ୟକ୍ତ କରିଥିଲେ । ଏହି ସମାବେଶରେ ସୁଧାଶୁଂ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଚଣ୍ଡୀ ପ୍ରସାଦ ରାଉତ, ପ୍ରଭାତ ରାଉତ, ସଞ୍ଜୟ କୁମାର ରାଉତ, ଉମାକାନ୍ତ ଜେନା, ବିଶ୍ୱନାଥ ଯେନା, ବାବୁଲା ଯେନା, ଜଗନ୍ନାଥ ନାୟକ, ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଦୀପ ସାମଲ, କାଳିଆ ବିଶ୍ୱାଳ, ବିଜୟ ରାଉତ, ପ୍ରମୋଦ କୁମାର ଜେନାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।