ଗଡଚଣ୍ଡୀରେ ମକର ମେଳା; ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠରେ ପ୍ରସିଦ୍ଧ ମକର ମେଳା ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଭକ୍ତ ମାନଙ୍କ ଜନସମାଗମ ଦେଖିବାକୁ ମିଳିଛି ।ଗିରି ନିର୍ଝରର ଝରଝର ନାଦରେ ବନ୍ୟ ପୁଷ୍ପର ଶୋଭା ଶମ୍ଭାରରେ ଗୀରୀ ଗୁମ୍ଫାର ଗମ୍ଭୀରା ଭିତରେ ବିରାଜିତ ମା ଗଡଚଣ୍ଡଚଣ୍ଡୀଙ୍କ ନିକଟରେ ତିନିଦିନ ଧରି ଚାଲୁଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ଶ୍ରଦ୍ଧାଳୁ ମାନେ ଭାଗନେଇ ନିଜ ନିଜର ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଭୋର ସମୟରୁ କଳଶ ଶୋଭାଯାତ୍ରା କରାଯାଇ ମାଙ୍କ ପୀଠରେ କଳଶ ସ୍ଥାପନ କରାଯିବା ପରେ ରୀତିନୀତି ମତେ ମାଙ୍କ ପୂଜାର୍ଚ୍ଚନା କରାଯିବା ସହିତ ଗୀତାଯଜ୍ଞ ଆରମ୍ଭ କରାଯାଇଛି । ପଣ୍ଡିତ ସୁରେନ୍ଦ୍ର ଦାଶ, ନରେନ୍ଦ୍ର ଦାଶ, ଉପେନ୍ଦ୍ର ଦାସ, ଅକ୍ଷୟ କୁମାର ପଣ୍ଡା, ଅଶୋକ ତ୍ରିପାଠୀ, ଚକ୍ରଧର ପଣ୍ଡା, ବାପି ପଣ୍ଡା, ବିଶ୍ୱଜିତ ଦାଶ, ଜିତେନ୍ଦ୍ର ଦାଶ ପ୍ରମୁଖଙ୍କ ବେଦମନ୍ତ୍ର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଛି । ଏଥିପାଇଁ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମା ଗଡଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ମାଙ୍କ ପାଖରେ ତିନିଦିନ ଧରି ଭଜନ କିର୍ତ୍ତନ କରାଯିବାର ବ୍ୟବସ୍ଥା କରାଯିବା ସହିତ ଗଡଚଣ୍ଡୀ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଥିଲା । କୋଭିଡ କଟକଣାକୁ ଆଖିରେ ରଖି ଲୋକମାନଙ୍କୁ ସାମାଜିକ ଦୁରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି ।ପୁର୍ବରୁ ଏଠାରେ ବର୍ଷକୁ ଦୁଇଦିନ ଯଥା ଦଶହରା ଓ ମକରରେ ମା” ‌ଙ୍କ ପାଖରେ ବାର୍ଷିକ ପୂଜା କାହିଁ କେଉଁ ଅମଳରୁ ହୋଇ ଆସୁଥିବାବେଳେ ୧୯୭୮ମସିହାରୁ ଗଡଚଣ୍ଡୀ ପରିିଷଦ ଗଠନ କରାଯାଇ ଏହି ପୂଜାକୁ ଆଧୁନିକ କରଣ କରାଯାଇ ବଳୀ ପ୍ରଥା ବନ୍ଦ କରିବା ସହିତ ମନ୍ଦିରର ଉନ୍ନତି କରଣ କରାଯାଇଛି ବୋଲି ଗଡଚଣ୍ଡୀ ପରିଷଦ ସଦସ୍ୟମାନେ କହିଛନ୍ତି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୋସୋ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ