ଗଡଚଣ୍ଡୀରେ ଲୁଟେରାଙ୍କ ଶୀକାର ହେଲେ ପର୍ଯ୍ୟଟକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକର ହଦଗଡ ଓ ଗଡଚଣ୍ଡୀରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁର୍ବରୁ ଅନେକ ଥର ପର୍ଯ୍ୟଟକ ମାନେ ଲୁଟେରା ଓ ଅସାମାଜିକ ଯୁବକଙ୍କ ଦ୍ୱାରା ଶୀକାର ହୋଇଥିବାବେଳେ ଆଜି ଗଡଚଣ୍ଡୀରେ ଜଣେ ଦମ୍ପତ୍ତିଙ୍କ ଲୁଟର ଶୀକାର ହୋଇଥିବା ଜଣାଯାଇଛି । ଚଣ୍ଡିଖୋଲ ଅଞ୍ଚଳରୁ ଆସିଥିବା ଜଣେ ଦମ୍ପତ୍ତି ମନ୍ଦିର ନିକଟରେ ବସିଥିବାବେଳେ ଜଣେ ଯୁବକ ଦୁଇ ହଜାର ଟଙ୍କା ମାଗିଥିଲା । ମାତ୍ର ଦମ୍ପତ୍ତି ଜଣକ ମନା କରିବାରୁ ତାଙ୍କ ଭ୍ୟାନିଟ ବ୍ୟାଗଟିକୁ ଛଡାଇ ନେଇ ପାହାଡ ୁପରକୁ ପଳାଇଥିଲା । ଯେତେ ପ୍ରକାର ବୁଝା ସୁଝା କରିଥିଲେ ମଧ୍ୟ ସେ ଶୁଣି ନଥିଲା । ଭ୍ୟାନିଟ ଭିତରେ ତିନୋଟି ମୋବାଇଲ, ନଗଦ ଟଙ୍କା, ଏ.ଟି.ଏମ କାର୍ଡ, ବ୍ୟାଙ୍କ ପାସବୁକ ସମେତ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଥିଲା । ଏନେଇ ଦମ୍ପତ୍ତ ଦ୍ୱୟ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଘଟଣାର ତଦନ୍ତ କରି ସନ୍ଦେହରେ ଜଣକୁ ଥାନାକୁ ନେଇ ପଚରା ଉଚୁରା କରୁଛି । ଲୁଟେରାମାନଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ ମାନେ ଏଥିପ୍ରତି ସଜାଗ ନହେଲେ ବ୍ଲକର ଦୁଇଗୋଟି ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ମାନେ ଆସିବାକୁ ଭୟ କରିବେ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ