ଗଡଚଣ୍ଡୀ ପାହାଡରେ ନାବାଳିକାକୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ
ହାଟଡ଼ିହି, : ଗଡଚଣ୍ଡୀ ପାହାଡରେ ଜଣେ ନାଁ ବଳେିକାକୁ ଦୁଷ୍କର୍ମ କରିବା ଘଟଣାରେ ସୋସୋ ପୁଲିସ ଅଭିଯୁକ୍ତ ଗୋପୀନାଥ ମାରାଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋସୋ ଥାନା ଅଧିନସ୍ଥ ଡଙ୍ଗାଚୁଆ ଗ୍ରାମର ଗୋପୀନାଥ ମାରାଣ୍ଡି ନାମକ ଜଣେ ବ୍ୟକ୍ତି ସହିତ ମିଠିଗାଁର ଗୋଟିଏ ନାଁ ବାଳିକା ପରିବାର ସହିତ ପୁର୍ବରୁ ସମ୍ପର୍କ ଥିଲା । ସେହି ପରିବାରର ଜଣେ ନା ବାଳିକାର ଆଧାରକାର୍ଡ ହଜି ଯାଇଥିବାରୁ ଆଉ ଏକ ଆଧାରକାର୍ଡ କରାଇଦେବା ବାହାନାରେ ଗୋପୀନାଥ ଗତ ୧୧ତାରିଖ ଦିନ ନାଁ ବାଳିକାକୁ ନିଜ ସ୍କୁଟିରେ ବସାଇ ଆନନ୍ଦପୁରକୁ ନେଇଥିଲା । ସେଠାରେ ଜନସେବାକେନ୍ଦ୍ର ବନ୍ଦ ଥିବାରୁ ନାବାଳିକାକୁ ଧରି ଘରକୁ ଫେରି ଆସିବାବେଳେ ଘରକୁ ନଆଣି ଗଡଚଣ୍ଡୀ ପାହାଡକୁ ନେଇ ସେଠାରେ ତାକୁ ବଳାତ୍କାର କରିଥିଲା । ନାଁ ବାଳିକା ଜଣକ ଚେତାଶୁନ୍ୟ ହୋଇ ଅସୁସ୍ଥ ହୋଇପଡିବାରୁ ତାକୁ ସେ ପାଣିଢ଼ାଳି ଚେତା କରିବା ସହିତ ନିକଟସ୍ଥ ଡାକ୍ତରଖାନାକୁ ନେଇ ସେଠାରୁ ଆଣି ଗାଁ ମୁଣ୍ଡରେ ଛାଡି ପଳାଇଥିଲା । ଏନେଇ ନାଁ ବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ନାଁ ବାଳିକାକୁ ନେଇ ସୋସୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ମାତ୍ର ଅଭିଯୁକ୍ତ ଜଣକ ଫେରାର ହୋଇଯାଇ ଥିବାବେଳେ ଗତକାଲି ସେ ପୁରୁଣାପାଣି ଗ୍ରାମରେ ଥିବା ଖବରପାଇ ସୋସୋ ପୁଲିସ ଉକ୍ତ ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।


