ଗଡଚଣ୍ଡୀ ପୀଠ ନିକଟରେ ଗୋଷ୍ଠୀ ସଂଘର୍ଷ, ଦୁଇ ଆହତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠ ନିକଟରେ ଭୋଜି କରୁଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ପନ୍ଦାଡୋ ଗ୍ରାମର କିଛି ଯୁବକ ଗଡଚଣ୍ଡୀ ନିକଟକୁ ଭୋଜି କରିବାକୁ ଯାଇଥିବାବେଳେ ହାଯଡିହି ଅଞ୍ଚଳର କିଛି ଯୁବକ ମଧ୍ୟ ଭୋଜି କରିବାକୁ ଯାିଥିଲେ । ମାତ୍ର ସେଠାରେ ଭୋଜି କରିବା ସମୟରେ କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ପନ୍ଦାଡୋ ଗ୍ରାମର ବୁଲୁ ଯେନା ଓ ଗୋକୁଳ ଯେନା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।