ଗଡଚଣ୍ଡୀ ରାସ୍ତା କଡ ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଗଡଚଣ୍ଡୀ ମୁଖ୍ୟରାସ୍ତା କଡର ଏକ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର କୁଶପଦା ଗ୍ରାମର ଓ ତାଙ୍କ ନାମ ବୀନା ନାଇକ ବୋଲି ଜଣାଯାଇଛି । ତାଙ୍କ ମୃତୁ୍ୟକୁ ନେଇ ସାଧାରଣରେ ସନେ୍ଦହ ପୟ୍ରକାଶ ପାଇଛି । ଗତ ସୋମବାରରୁ ଏହି ଘଟଣା ଘଟିଥିଲେବି ପୁଲିସ ଆସୁନଥିବାରୁ ଶବକୁ ଉଦ୍ଧାର କରାଯାଇପାରୁ ନଥିଲା । ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲାଯାଇ ଶବକୁ ଉଦ୍ଧାର କରାଯିବା ପରେ ବ୍ୟବଛେଦ ପାଇଁ ପଠାଯାଇଛି । ସୁଚନାରୁ ଜଣାଯାଇଛି ଯେ କୁଶପଦା ଗ୍ରାମର ଏହି ମହିଳା ଜଣକ ଗତ ୧୫ଦିନ ପୁର୍ବେ ଗଡଚଣ୍ଡୀ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବାବେଳେ ତାଙ୍କୁ ତାରାମଣି ଖଣ୍ଡେଇ ନାମକ ଜଣେ ବୃଦ୍ଧା ଡାକି ଘରେ ଆଶ୍ରୟ ଦେଇଥିଲା । ଗତ ରବିବାର ରାତିରେ ସେ କାହା ସହିତ ଫୋନରେ କଥା ହୋଇ ପାଟିତୁଣ୍ଡ କରିବାପରେ ତାରାମଣୀଙ୍କ ପରିବାର ଲୋକେ ବିଲକୁ କାମ କରିବାକୁ ପଳାଇଥିଲେ । ଗତକାଲି ସେ କାମରୁ ଫେରିବାପରେ ମହିଳା ଜଣକ ବେକରେ ରଶି ଲଗାଇ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ । ଆଜି ମହିଳାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସମ୍ପର୍କରେ ସୁଚନା ଦେଇଥିଲା । ମହିଳା ଜଣକ ପୁର୍ବରୁ ବିବାହିତ ଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ମାତ୍ର ସେ ଅନ୍ୟ ଜଣେ ଯୁବକ ସହିତ ପଳାଇବାପରେ ଯୁବକ ଜଣକ ତାକୁ ଛାଡି ଦେଇଥିଲା । ସେ ସେଠାରୁ ଆସି ନିଜ ପିଉସୀ ଘରକୁ ଆସିଥିଲେ । କିନ୍ତୁ ସେଠାରେ ମଧ୍ୟ ରହି ପାରିନଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକମାନେ ସନେ୍ଦହ କରୁଛନ୍ତି । କିନ୍ତୁ ପୋଷ୍ଟମଟମ ରିପୋର୍ଟ ଆସିବାପରେ ଯାଇ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ