ଗଡ଼ଅମରପ୍ରସାଦ ସାଇ ମନ୍ଦିର ତାଲା କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ବାସନକୁସନ ଲୁଟ

ନିମାପଡା, (ସନ୍ତୋଷ ଦାଶ ) ନିମାପଡା ଥାନା ତୁଳସୀପୁର ପଂଚାୟତ ଅନ୍ତର୍ଗତଗଡ଼ଅମରପ୍ରସାଦ ଗ୍ରାମ ସ୍ଥିତ ସାଇମନ୍ଦିର ରେ ଗତକାଲି ରାତି ରେ ଦୁର୍ବୁତ୍ତ ମାନେ କଳା କନl ବୁଲାଇ ସବୁ ଲୁଟ କରିନେଇଥିବା ପୋଲିସ ରେ ଅଭିଯୋଗ ହୋଇଛି l ଆଜି ପ୍ରାତଃ ରୁ ମନ୍ଦିର ପୂଜକ ଅମରେନ୍ଦ୍ର ଦାଶ ପୂଜା କରିବାକୁ ଯାଇ ମନ୍ଦିର ର ମୁଖ୍ୟକବାଟ ର ତାଲା କଟା ଯାଇଥିବା ଦେଖି ଟ୍ରଷ୍ଟବୋର୍ଡ ସଭାପତି ଓ ସଭ୍ୟ ମାନଙ୍କୁ ଜଣାଇ ଥିଲେ l ଟ୍ରଷ୍ଟବୋର୍ଡ ପକ୍ଷରୁ ପୋଲିସ ରେ ଅଭିଯୋଗ କରାଯାଇଥିଲା l ନିମାପଡା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ, ଚାରିଛକ ଫାଣ୍ଡି ଅଧିକାରୀ ସନ୍ତୋଷ ସାହୁ, ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ପ୍ରମୁଖ ଘଟଣାସ୍ଥଳ କୁ ଯାଇ ତଦନ୍ତ କରିଥିଲେ l ସାଇ ବାବା ଙ୍କ ମୁଣ୍ଡ ରେ ଥିବା ରୁପା ଛତ୍ରୀ, ପାଦ ରେ ଥିବା ରୁପା ବଳl, ବେକରେ ଥିବା 6 ଟି ସୁନା ଚେନ, ସୁନା ଓ ରୁପା ଚିତା ସବୁକୁ ଦୁର୍ବୁତ୍ତ ମାନେ ନେଇଯାଇଥିବାବେଳେ ମନ୍ଦିର ଭିତରେ ଥିବା ଗଡ଼ ରେଜ ଭାଙ୍ଗି ତା ଭିତରେ ଥିବା ଠାକୁର ଙ୍କ ରୁପା ବାସନ କୁସନ, ପୂଜାସାମଗ୍ରୀକୁ ଲୁଟ କରିନେଇଛନ୍ତି l ସାଇ ମନ୍ଦିର ପାଖରେ ଥିବା ମା ବାଇଦେଇ ଠାକୁରାଣୀ ଙ୍କ ଦୁଇଟି ରୁପା ମୁକୁଟ ଓ ସୁନା ଚେନ କୁ ଲୁଟେରା ମାନେ ଲୁଟ କରିନେଇଥିବା ବେଳେ ମନ୍ଦିର ହୁଣ୍ଡୀବାକ୍ସ କୁ ଭାଙ୍ଗି ସବୁ ଟଙ୍କା ପଇସା ନେଇଯାଇଛନ୍ତି lଦୁର୍ବୁତ୍ତ ମାନେ ପ୍ରାୟ 6ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର ଅଳଙ୍କାର ଓ ସାମଗ୍ରୀ ଲୁଟ କରିନେଇଥିବା ଟ୍ରଷ୍ଟବୋର୍ଡ ସଭାପତି ଚୈତନ୍ୟ ସାହୁ ସୂଚନା ଦେଇଛନ୍ତି l ଏହି ଲୁଟ ଘଟଣା ର ଅଭିଯୁକ୍ତ ମାନଙ୍କୁ ଠାବ କରି ଗିରଫ କରିବା ସ୍ଥାନୀୟ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ