ଗଡ଼ଗଡ଼ିଆ ସାର୍ବଜନୀନ ୪୫ତମ ଚନ୍ଦନ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଗଡ଼ଗଡ଼ିଆ ୪୫ତମ ଚନ୍ଦନ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କମିଟିର ଆବାହକ ସୁବ୍ରତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷର ଉତ୍ସବ ୪୫ବର୍ଷରେ ପଦାର୍ପଣ କରୁଥବାରୁ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ତଥା ଚନ୍ଦନ ଉତ୍ସବ ମହା ସମାରୋହରେ ପାଳନ କରିବାପାଇଁ ସ୍ଥିର କରାଯାଇଥିଲା । ଏବର୍ଷ ଚନ୍ଦନ ଉତ୍ସବ ଆସନ୍ତା ମେ ମାସ ତା ୧୯-୦୫-୨୪ରିଖରୁ ଆରମ୍ଭ ହୋଇ ୨୩-୦୫-୨୪ ରିଖ ପର୍ଯ୍ୟନ୍ତ ପାଳନ କରିବା ପାଇଁ ସ୍ଥିର କରାଗଲା । ୫ଦିନ ବ୍ୟାପୀ ଭଜନ ସମାରୋହ ଓ ମେଲୋଡ଼ି ଆଦି କାର୍ଯ୍ୟକ୍ରମ କରାଯିବାପାଇଁ ସଭ୍ୟମାନଙ୍କ ଦ୍ୱାରା ସ୍ଥିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ସୁଧାସିନ୍ଧୁ ପଣ୍ଡା ସଭାପତି, ବିଦ୍ୟାଧର ପଣ୍ଡା ସଂପାଦକ, ହିମାଂଶୁ ଶେଖର ଦାସ କାର୍ଯ୍ୟକାରୀ ସଭାପତି, ଅମର କୁମାର ସେନ୍ କୋଷାଧ୍ୟକ୍ଷ, ପ୍ରଶାନ୍ତ କୁମାର ଦାସ ଯୁଗ୍ମ ସଂପାଦକ ଭାବେ ମନୋନୀତ ହୋଇଥିଲେ । ବରିଷ୍ଠ ସଭ୍ୟ ଅନୁପ କୁମାର ଦାସ, ଗଜେନ୍ଦ୍ର ଦାସ, ଦୀପକ କୁମାର ଦାସ, ଅମୂଲ୍ୟ କୁମାର ସେଠୀ, ଶଶିଭୂଷଣ ବେହେରା ଓ ଶ୍ରୀମନ୍ତ ମାଝୀଙ୍କୁ ଉପଦେଷ୍ଟା ମଣ୍ଡଳୀ ରୂପେ ଚୟନ କରାଯାଇଥିଲା । ଆସନ୍ତା ରବିବାରରେ ପରବର୍ତ୍ତୀ ବୈଠକ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ