ଗଡ଼ଗଡ଼ିଆ ୪୫ତମ ଚନ୍ଦନ ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଯାଇଛି

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଗଡ଼ଗଡ଼ିଆ ପୋଖରୀଘାଟ ଠାରେ ୪୫ତମ ଚନ୍ଦନ ଉତ୍ସବ ୧୯-୦୫-୨୦୨୪ ରିଖ ଠାରୁ ମହା ସମାରୋହରେ ପାଳନ କରାଯାଇଅଛି । ଏହି ଉତ୍ସବ ତା ୨୩-୦୫-୨୪ ରିଖ ପୂର୍ଣ୍ଣି ପର୍ଯ୍ୟନ୍ତ ପାଳନ ହେବ ବୋଲି କମିଟିର କାର୍ଯ୍ୟକାରୀ ସଭାପତି ହିମାଂଶୁ ଶେଖର ଦାସ ପ୍ରକାଶ କରିଅଛନ୍ତି । ପ୍ରଥାନୁଯାୟୀ ସ୍ଥାନୀୟ ସ୍ୱର୍ଗତ ଜୟ ଗୋପାଲ ଦାସଙ୍କ ଘରୁ ଗୋପାଳଜୀଉ, ରାଧାମାଧବ ଓ ଶ୍ରୀରାଧା ପାଲିଙ୍କିରେ ଆସି ସହର ପରିକ୍ରମା କରି ଗଡ଼ଗଡ଼ିଆ ପୋଖରୀରେ ପହଞ୍ôଚ ନାବକେଳି କରିଥିଲେ । ଭଜନ ଓ କୀର୍ତ୍ତନ ଏବଂ ସଂଗୀତ ପରିବେଷଣରେ ପ୍ରଭୁଙ୍କ ନାବକେଳୀ ଅତ୍ୟନ୍ତ ମୁଗ୍ଧକର ହୋଇଥିଲା । ଏହି ଅବସରରେ କମିଟି ତରଫରୁ ୨ଦିନ ଧରି ସ୍ଥାନୀୟ ବାଳକ ଓ ବାଳିକାମାନଙ୍କ ମଧ୍ୟରେ ଏକ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ ନୃତ୍ୟରେ ପ୍ରଦର୍ଶନ ପାଇଁ ୭ଜଣ ପ୍ରତିଯୋଗୀମାନଙ୍କୁ ସଭାପତି ଓ ସମ୍ପାଦକଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ଅନିତା ଭୋଇ ଓ ଜୟନ୍ତ ଦାସ ପ୍ରତିଯୋଗୀମାନଙ୍କ ନୃତ୍ୟକୁ ପର୍ଯ୍ୟବେକ୍ଷଣ କରି ଶ୍ରେଷ୍ଠ ପ୍ରତିଯୋଗୀ ନିର୍ଣ୍ଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଜାତଶତ୍ରୁ ଦାସ, ଶଶିଭୂଷଣ କର, ଅମୂଲ୍ୟ କୁମାର ସେଠୀ, ରବୀନ୍ଦ୍ର ମାଝୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ ।କମିଟି ତରଫରୁ ଚଳିତବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ରଂଗାରଂଗ ମେଲୋଡ଼ି, ଭଜନ ସନ୍ଧ୍ୟା ଓ ସଂଗୀତ ପରିବେଷଣ ୫ଦିନ ଧରି କରାଯିବ ବୋଲି ସଂପାଦକ ବିଦ୍ୟାଧର ପଣ୍ଡା ସୂଚନା ଦେଇଥିଲେ । ଉକ୍ତ ଉତ୍ସବଟିକୁ ସଫଳ କରିବାରେ ସୁବ୍ରତ କୁମାର ଦାସ, ଅମର କୁମାର ସେନ, ଶ୍ରୀମନ୍ତ ମାଝୀ, ସ୍ଥାନୀୟ ପୌର ସଦସ୍ୟ ଉମେଶ ବେହେରା, ଚନ୍ଦନ କୁମାର ଦାସ, ଅନୁପ କୁମାର ଦାସ, ଦୀପକ କୁମାର ଦାସ, ଟୁଟୁ ଦିକ୍ଷିତ୍‌, ପ୍ରଶାନ୍ତ ଦାସ, ଗଜେନ୍ଦ୍ର ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ