ଗଡ଼ଚଣ୍ଡୀଠାରେ ମା ତାରିଣୀ ଲଘୁ ଖଣିଜ ଟିପର ମାଲିକ ସଂଘ ଆନନ୍ଦପୁର ଛେନାପଦି ଗଠିତ
ହାଟଡିହି, (ବିକାଶ ବିଶ୍ୱାଳ):ଗଡ଼ଚଣ୍ଡୀ ପୀଠ ଠାରେ ମା’ ତାରିଣୀ ଲଘୁ ଖଣିଜ ପରିବହନ ଟିପର ମାଲିକ ସଂଘ ଆନନ୍ଦପୁର ଛେନାପଦି ଗଠିତ ହୋଇଛି। ବିମ୍ବାଧର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ହାଟଡିହିଓ ଆନନ୍ଦପୁର ଅଞ୍ଚଳର ଶତାଧିକ ଟ୍ରକ ମାଲିକ ଉପସ୍ଥିତ ଥିଲେ। ଏହି ଅବସରରେ ଟ୍ରକ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚ଼ନା କରାଯାଇ ଥିଲା। ମାଲିକ ମାନଙ୍କ ସ୍ଵାର୍ଥକୁ ଆଖି ଆଗରେ ରଖି ସଂଘର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମା’ତାରିଣୀ ଲଘୁ ଖଣିଜ ଟିପର ମାଲିକ ସଂଘ ଆନନ୍ଦପୁର ଛେନାପଦି ନାମରେ ଏକ ସଂଘ ଗଠନ କରାଯାଇ ଥିଲା। ଏହାର ସଭାପତି ଭାବେ ଇଂ ରବିନ୍ଦ୍ର କୁମାର ସାହୁ, ସମ୍ପାଦକ ଭାବେ ଧବଳେଶ୍ଵର ପଟ୍ଟନାୟକ, ଉପସଭାପତି ଭାବେ ନିତ୍ୟାନନ୍ଦ ପହି, ସହ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ଆୟଚ଼ ଓ ସଂଗ୍ରାମ କେଶରୀ ଭୂୟାଁ, କୋଷାଧକ୍ଷ ଭାବେ ସୁବାସ ଚ଼ନ୍ଦ୍ର ସେନାପତି ପ୍ରମୁଖ ମନୋନୀତ ହୋଇଥିଲେ। ସେହିପରି ରାଜେଶ କୁମାର ସା, ଦିପ୍ତି ରଞ୍ଜନ ବାରିକ, ପ୍ରସନ୍ନ ନାୟକ, ବିଶ୍ଵନାଥ ସାହୁ, ପାର୍ଥ ସାରଥି ନାୟକ, ସୁଜିତ କୁମାର ନାୟକ, ସୁନିଲ ପାତ୍ର, ଶିଶିର କୁମାର ବିଶ୍ୱାଳ, ଅଭିମନ୍ୟୁ ବେହେରା, ବାପୁଜି ସା, ସନ୍ତୋଷ ନାୟକ, ରତି ରଞ୍ଜନ ମହାପାତ୍ର ପ୍ରମୁଖଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ବିମ୍ବାଧର ବିଶ୍ଵାଳ, ପ୍ରଫୁଲ କୁମାର ପ୍ରଧାନ, ଜଗନ୍ନାଥ ନାୟକ, ସଚିଦାନନ୍ଦ ପାଢୀ ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀକୁ ମନୋନୀତ କରାଯାଇଥିଲା। ବିଶେଷକରି ସରକାରୀ ନିୟମ ଅନୁଯାଇ ଲଘୁ ଖଣିଜ ପରିବହନ କରିବା ସହିତ ରାସ୍ତାରେ ଚାଲିଥିବା ବେଆଇନ ଚାନ୍ଦା ଆଦୟକୁ ବନ୍ଦ କରିବାକୁ ସଂପ ପ୍ରାଥମିକତା ଦେବ ବୋଲି ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସଂଘ ସହିତ ଏହି ସଂଘ ସାମିଲ ହେବାକୁ ସର୍ବ ସମ୍ମତ କ୍ରମେ ନିଷ୍ପତି ହେଇଥିଲା। ଏଥିରେ ମହେଶ୍ୱର ବେହେରା, ଭୁବନାନନ୍ଦ ଓଝା, ଗୁରୁଚରଣ ସାହୁ, ପ୍ରକାଶ ସାମଲ, ସୁବ୍ରତ ଜେନା, ରତିକାନ୍ତ ବେହେରା, ରାଜୀବ ଲୋଚ଼ନ ଜେନା, ଅନିଲ କୁମାର ମଲ୍ଲିକ, ଶୁଭ୍ରଜିତ ସେଠୀ, ବିକାଶ ରଞ୍ଜନ ପଟ୍ଟନାୟକ, ନିଳାଦ୍ରୀ ବିହାରୀ ଜେନା, ରାକେଶ କୁମାର ରାମ, ମନୋଜ କୁମାର ସାହୁ, ସୁବ୍ରତ କୁମାର ସାମଲ, ସୁବାସ ବେହେରା, ସଚିଦାନନ୍ଦ ପାଢୀ, ଅଶୋକ କୁମାର ବାରିକ, ଗୋଲେଖ ନାୟକ, ଗୁରୁ ଚ଼ରଣ ସାହୁଙ୍କ ସମେତ ଶତାଧିକ ମାଲିକ ଉପସ୍ଥିତ ଥିଲେ। ଏଥିରେ ଭଦ୍ରକ, ଯାଜପୁର, ବାଲେଶ୍ଵର ପ୍ରଭୃତି ଜିଲ୍ଲାର ସଂଘ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।