ଗଡ୍ସ ପାଓ୍ବାର ବ୍ଳେସିଂ ମିନିଷ୍ଟ୍ରୀ ତରଫରୁ ରକ୍ତଦାନ ଶିବିର

କୁଚିଣ୍ଡା,(ରିଙ୍କୁ କୁସୁମ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତ କିଲିପଦର ବି. ଜମନକିରା ଠାରେ କାର୍ଯ୍ୟରତ “ଗଡ୍ସ ପାଓ୍ବାର ବ୍ଳେସିଂ ମିନିଷ୍ଟ୍ରୀ” ଦ୍ବାରା ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରମୋଦ ରୋହିଦାସ ସଭାପତିତ୍ବ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏସଡିଏମ ଓ ସୁବୋଧ ନାଏକ, କୁଚିଣ୍ଡା ବ୍ଳକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ବକ୍ସମା ଗ୍ରାମ ପଞ୍ଚାୟତର ସରପଞ୍ଚ ସରସ୍ଵତୀ ଠାକୁର, ନାଏବ ସରପଞ୍ଚ ଉଷା ବାହାଲା, କୁଟୁରାଚୁଆଁ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାଏକ, ସାମ୍ବାଦିକ ସଞ୍ଜୟ ମିଶ୍ର, ସାମ୍ବାଦିକ ପ୍ରଭାତ ବେହେରା, ଓ୍ବାର୍ଡ ସଭ୍ୟ ଖତି ମେହେର, ଓକିଲ ଶାନ୍ତନୁ କାଲୋ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଶିବିରରେ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉପଦେଷ୍ଟା ବିମଳ ମେହେର ପରିଚାଳନା କରିଥିବାବେଳେ, ସ୍ବେଚ୍ଛାସେବୀ ରମେଶ ଚନ୍ଦ୍ର ମେହେର, କୁମୁଦବନ୍ଧୁ ବାଘ, ସୁନିଲ ମିଞ୍ଜ, ପୂର୍ଣ୍ଣଚନ୍ଦ୍ର ଚିଲ, ଜଗଦୀଶ ରୋହିଦାସ, ଦେବାର୍ଚ୍ଚନ ମୁଣ୍ଡା, ଧବଳେଶ୍ବର ନାଏକ, ମାନସି ସିନ୍ଧିରିଆ, ଯଶୋଦା ବାଘ, ବିଶାଖା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ