ଗଣପତି ବିସର୍ଜନର ଫଟୋ ଦେଖି ରାଗିଲେ ରିତେଶ
ମାୟାନଗରୀ ମୁମ୍ବାଇରେ ଦୀର୍ଘ ୧୦ ଦିନ ଧରି ଗଣପତି ଉତ୍ସବ ପାଳନ ହେବା ପରେ ଏବେ ବପ୍ପାଙ୍କ ପ୍ରତିମାକୁ ନଦୀରେ ବିସର୍ଜନ କରାଯାଉଛି । ୧୦ ଦିନ ଧରି ବପ୍ପାଙ୍କ ସେବା କରିବା ପରେ ଏବେ ମୁମ୍ବାଇବାସୀ ବେଶ୍ ଧୁମ୍ଧାମରେ ବପ୍ପାଙ୍କୁ ବିଦାୟ ଦେଉଛନ୍ତି । ହେଲେ ଏସବୁ ଭିତରେ ଏବେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଯେ କହି ବି ରାଗିଯିବେ । ନିକଟରେ ବଲିଉଡ ସେଲିବ୍ରିଟି ରିତେଶ ଦେଶମୁଖ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଭଗବାନ ଗଣେଶଙ୍କ ପ୍ରତିମାକୁ ଆବର୍ଜନାରେ ଭରା ପାଣିରେ ବିସର୍ଜିତ କରାଯାଇଥିବା ଓ ମୂର୍ତ୍ତି ଖଣ୍ଡିତ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟାଟିକୁ ଶେୟାର କରି ରିତେଶ ଦେଶମୁଖ ନିଜର କ୍ଷୋଭ ପ୍ରକାଶ କରି ଲେଖିଛନ୍ତି, ‘ଆମ ବପ୍ପା କ’ଣ ଏଭଳି ବିଦାୟର ହକ୍ଦାର୍? ଭଗବାନଙ୍କ ଅପମାନ କରିବା ବନ୍ଦ କରନ୍ତୁ ଓ ଏକ ସ୍ଥାୟୀ ଇକୋଫ୍ରେଣ୍ଡଲି ଗଣପତି ପୂଜା ଆଡ଼କୁ ଆଗେଇ ଆସନ୍ତୁ । ରିତେଶଙ୍କର ଏହି ଟ୍ୱିଟ୍କୁ ଅନେକ ଲୋକ ସମର୍ଥନ କରିବା ସହ ରିତେଶଙ୍କର ଢେର ପ୍ରଶଂସା ମଧ୍ୟ କରୁଛନ୍ତି । ସୂଚନାଯାଗ୍ୟ ରିତେଶ ଦେଶମୁଖ ଖୁବ୍ ଶୀଘ୍ର ଫିଲ୍ମ ‘ମରଜାୱା ‘ ଓ ୱହାଉସଫୁଲ୍-୪ ‘ରେ ନଜର ଆସିବେ । ଫିଲ୍ମ ‘ମରଜାୱା’ରେ ରିତେଶ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ରିତେଶ ଦେଶମୁଖ ଫିଲ୍ମ ୱଏକ୍ ଭିଲେନ’ରେ ସିଦ୍ଧାର୍ଥଙ୍କ ସହ କାମ କରିଥିଲେ । ସେହିପରି ‘ହାଉସଫୁଲ୍-୪ ରେ ରିତେଶଙ୍କ ସହ ଅକ୍ଷୟ, ବବି ଦେଓଲ ଓ କୃତି ସାନନ୍ ପରି କଳାକାର ଅଭିନୟ କରିବେ ।


