ଗଣପର୍ବ ପୂର୍ବରୁ ଗାଁ ଦାଣ୍ଡ ରକ୍ତ ରଂଜିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ ବଡମଣଦା ଗ୍ରାମରେ ଶନିବାର ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ କୁଆଁର ନାଏକଙ୍କ ପୁଅ ଟିକା ଚରଣ ନାଏକ (୩୦) ବୋଲି ଜଣାପଡିଛି ।ଗଣପର୍ବ ପାଳନ ପ୍ରସ୍ତୁ୍‌ତି ନିମନ୍ତେ ଗାଁ ଉତ୍ସବ ମୁଖର ରହିଥିବା ବେଳେ ଅଂଚଳର ଜଣେ ଯୁବକଙ୍କ କ୍ଷତ ବିକ୍ଷତ ରକ୍ତାତ ମୃତ ଦେହ ମିଳିବା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର ହରେରାମ ଟଗରା ଘର ପଛପଟେ କେହି ଦୁବୁର୍ତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ମୃତକ ଙ୍କ ପାଖରେ ମଦ ବୋତଲ ସେଓ ପଡିଥିବାରୁ ସାଙ୍ଗସାଥି ମେଳରେ ରାତିରେ ମଦ ପିଇ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ରବିବାର ଭୋର ସକାଳୁ ଗ୍ରାମବାସୀ ରକ୍ତ ଜୁଡୁବୁଡୁ ମୃତ ଶରୀର ଦେଖି ରାଇରଙ୍ଗପୁର ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନଖି କରିଥିବା ବେଳେ ଘଟଣା ସ୍ଥଳରୁ ରକ୍ତ ଆଦି ନେଇ ପରୀକ୍ଷା ନିମନ୍ତେ ପଠାଇଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ତଦନ୍ତ ଜାରୀ ରଖିଥିବା ବେଳେ ପୋଲିସ କବଜାରେ ଅଭିଯୁକ୍ତ ମାନେ ଧରାପଡିବେ ବୋଲି ଅଂଚଳବାସୀ ଆଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ