ଗଣମାଧ୍ୟମର ବାଦଶାହା ରାମୋଜୀ ରାଓଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ରପ୍ରଦେଶର ବିଶିଷ୍ଟ ଶିଳ୍ପପତି, ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣ ମାଧ୍ୟମର ବାଦଶାହା ପଦ୍ମବିଭୂଷଣ ରାମୋଜୀ ରାଓ(୮୭)ଙ୍କ ହାଇଦ୍ରାବାଦ ଠାରେ ଦେହାନ୍ତ ହୋଇଯାଇଛି. ଏ ନେଇ ଗଜପତି ଜିଲ୍ଲା ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡିର ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କ ସହ ଆନ୍ଧ୍ର ପୁରୁଣାପାଟଣାର ବହୁ ସାମ୍ବାଦିକ ଯୋଗ ଦେଇ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।


