ଗଣମାଧ୍ୟମ ଉପରେ ସରକାରୀ ଆକ୍ରମଣକୁ ନିନ୍ଦା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ଏକ ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ସରକାରୀ ଦଳର ବାବୁମାନଙ୍କ ଦ୍ୱାରା ଆଇନ ଆକ୍ରମଣକୁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବିଶିଷ୍ଟ ସାମାଜିକ କର୍ମୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଦୃଢ ନିନ୍ଦା କରିଛନ୍ତି । ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ଓ ଚିକିତ୍ସା ଉପରେ ସରକାରୀ ବାବୁମାନେ ଯେତେ ହିସାବ ଦେଲେ ମଧ୍ୟ ରାଜ୍ୟରେ ଏହା ଯେ ସମ୍ପୂର୍ଣ୍ଣ ବିଫଳ ହୋଇଛି, ଏହା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଯାହା ସତ୍ୟ, ତାକୁ ଯେତେ ଲୁଚାଇଲେ ବି ଲୁଚିବ ନାହିଁ । ସତ୍ୟକୁ ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିବା ଗଣମାଧ୍ୟମର ଧର୍ମ, ତାହା ଓଟିଭିର ସାମ୍ବାଦିକ କରିଛନ୍ତି । କିନ୍ତୁ ସରକାରୀ ବାବୁମାନଙ୍କ ଅସଲ ମୁଖା ଖୋଲିଯିବାରୁ ଗଣମାଧ୍ୟମର ମୁହଁ ବନ୍ଦ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଆଇନ୍ ଆକ୍ରମଣ ଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଯେଉଁ ଅପଚେଷ୍ଟା କରିଛନ୍ତି, ଆଗାମୀ ଦିନରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି ଡଃ ଜ୍ଞାନେନ୍ଦ୍ର ସରକାରୀ ବାବୁମାନଙ୍କୁ ଚେତାବନୀ ଦେଇଛନ୍ତି । କରୋନା ପରିଚାଳନାରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଛି ଓ ଆଗାମୀ ଦିନରେ ସାଧାରଣ ଜନତା ରାଜରାସ୍ତାକୁ ଆସିବା କିଛି ଅସମ୍ଭବ ନୁହେଁ । ରାଜ୍ୟ ସରକାର ଏପରି ପରିସ୍ଥିତିରେ ଭାବୁଛନ୍ତି ଗଣମାଧ୍ୟମର କଣ୍ଠରୋଧ କରି ସମସ୍ତ ଦୁର୍ନୀତିକୁ ଚାପିଦେବେ । କିନ୍ତୁ ଏହା ହୁଏତ କିଛିଦିନ ପାଇଁ ଚପାଇ ଦିଆଯାଇପାରେ, କିନ୍ତୁ ସବୁଦିନ ପାଇଁ ନୁହେଁ ବୋଲି ଡଃ ଜ୍ଞାନେନ୍ଦ୍ର ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ