ଗଣମାଧ୍ୟମ ନିଜର ଲକ୍ଷ୍ୟ ଓ ଅ।ଦର୍ଶରୁ ବିଚ୍ୟୁତ ହେଉଥିବା ଯୋଗୁଁ ଗଣତନ୍ତ୍ର ବିପନ୍ନ : ରବି ରଥ

କଟକ,(ଯୁଗାବ୍ଦ ନ୍ୟୁଜ) : ଜାତୀୟ ସାମ୍ବାଦକ ସଂଘ ପକ୍ଷରୁ ସ୍ଥାନୀୟ ଶତାବ୍ଦୀ ଭବନ ଠାରେ ଓଡ଼ିଶା ଏଡିଟର ଅ ।ୱାର୍ଡ-୨୦୨୪ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦ ରବି ରଥ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମଗୁଡ଼ିକ ନିଜର ଲକ୍ଷ୍ୟ ଓ ଅ ।ଦର୍ଶରୁ ବିଚ୍ୟୁତ ହେଉଥିବା ଯୋଗୁଁ ଗଣତନ୍ତ୍ର ବିପନ୍ନ ହେବାରେ ଲାଗିଛି । ଏକ ସର୍ଭେରୁ ଜଣାଯାଇଛି ପୃଥିବୀରେ ୧୮୦ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତ ବର୍ଷ ୧୬୦ ସ୍ଥାନରେ ରହିଛି । ପଡ଼ୋଶୀ ଦେଶଗୁଡ଼ିକ ଏହାଠାରୁ ଖୁବ୍‌? ଉନ୍ନତ ଭାବେ ରହିଛନ୍ତି । ରଥ କହିଲେ ବଡ଼ ବଡ଼ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହୁଥିବା ଯୋଗୁଁ ଜନସାଧାରଣଙ୍କ ପ୍ରକୃତ ସମସ୍ୟା ପ୍ରକାଶ ପାଇପାରୁନାହିଁ । ଫଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ବୋଲି କହିଥିଲେ । ସମାଜର ପୂର୍ବତନ ସମ୍ପାଦକ ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ହାଇକୋର୍ଟର ବିଚାରପତି ରତିକାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବାର୍ତ୍ତାର ସମ୍ପାଦକ ଅଲେଖ ଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ୍‌? ନୃସିଂହା ନନ୍ଦ ମହାପାତ୍ର, ନିତିଦିନର ସମ୍ପାଦକ ମନୋଜ କୁମାର ମହାପାତ୍ର, କାଗଜ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ ଯୋଗଦେଇ ଓଡ଼ିଅ । ଭାଷା ଓ ସମ୍ବାଦପତ୍ରର ଭୂମିକା ସମ୍ପର୍କରେ ଅ ।ଲୋକପାତ କରିଥିଲେ । ଏହି ଅବସରରେ ଦୈନିକ ପୃଷ୍ଠଭୂମିର ସମ୍ପାଦକ କୈଳାସ ଚନ୍ଦ୍ର ଜେନା, ଭୂମିବାର୍ତ୍ତାର ସମ୍ପାଦକ ସ୍ୱଦେଶ ଚନ୍ଦ୍ର ଦାଶ, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଓଡ଼ିଶା ୱାଚର ସମ୍ପାଦକ ମନୋଜ ବେହେରା ପ୍ରମୁଖ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକର ସମ୍ପାଦକମାନଙ୍କୁ ସମ୍ମାନିତ କରାଯାଇଥିଲା । ରବିନ୍ଦ୍ର କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରସନ୍ନ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଦିଲୀପ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଶେଷରେ ନୃତ୍ୟଭୂମି କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଓଡ଼ିଶାର ପ୍ରାୟ ୫୦ ଜଣ ସମ୍ପାଦକ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ