ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁବାର ଅପରାହ୍ନରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଆଳି ବ୍ଲକର ଓ.ଟି.ଭି. ପ୍ରତିନିଧି ବନମାଳି ସାହୁ, ଆଳି ବ୍ଲକର କଳିଙ୍ଗ ଟିଭି ପ୍ରତିନିଧି ନିରଞ୍ଜନ ବେହେରା, ପଟ୍ଟାମୁଣ୍ଡାଇ ବ୍ଲକର ଓ.ଟି.ଭି. ପ୍ରତିନିଧି ପ୍ରବୀର ନାୟକ ଓ ବରିଷ୍ଠ ଜିଲ୍ଲା ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନକରି ସମ୍ବାଦ ପରିବେଷଣ କରିବା ସହିତ ସମାଜରେ ଲୋକମାନଙ୍କ ମନୋଭାବକୁ ପରିବର୍ତ୍ତନ ପାଇଁ ଏକ ଗଠନମୂଳକ ବାର୍ତ୍ତା ପ୍ରଦାନ କରିଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମର ଏହି ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓ.ଟି.ଭି.ର ଜିଲ୍ଲା ପ୍ରତିନିଧି ମନୋଜ କୁମାର ସ୍ୱାଇଁ,କ୍ୟାମେରାମ୍ୟାନ ଉମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ