ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ୟମରେ ଦୃଷ୍ଟିହୀନ କାର୍ତୀକଙ୍କୁ ମିଳିତା ସହାୟତା
ଘଟଗାଁ( ଯୁଗାବ୍ଦ ନ୍ୟୁଜ)ବିଗତ ଦୁଇ ସପ୍ତାହ ପୂର୍ବରୁ ଘଟଗାଁ ବ୍ଲକ୍ ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ସାରା ରାଜ୍ୟରେ ଏକ ନମ୍ବର ହୋଇ କୃତିତ୍ୱ ଅର୍ଜନ କରିଥିବା ବେଳେ ଆଜିବି୦ ଘଟଗାଁ ଅଂଚଳରେ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ଥିବା ଦେଖାଯାଉଛି । ଏପରି ଏକ ଘଟଣା ଦେଖାଦେଇଥିଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପଇଦାପାଟଣା ଗ୍ରାମ ପଂଚାୟତର ହଳଧରପୁର ଗାଁର ଦୃଷ୍ଟିହୀନ କାର୍ତିକ ସାହୁଙ୍କ ପରିବାରରେ । ଲଗାଣ ବର୍ଷାରେ ଘରର କାନ୍ଥ ପଡିଯିବାରୁ ବର୍ତମାନ ଭଙ୍ଗାଘରେ ଜୀବନ ବିତାଉଥିଲେ । ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ ଅନେକ ସୁବିଧା ଯୋଗାଉଥିବା ବେଳେ କାର୍ତିକ ପାଇଁ ସେସହୁ ସାତସପନ ପାଲଟିଥିଲା । ପୂର୍ବରୁ ଚକ୍ଖଡି ତିଆରି କରି କାର୍ତିକ ପରିବାର ପ୍ରତିପୋଷଣ କରୁଥିଲେ । ଚକ୍ ମେସିନରେ ସକ୍ଲାଗି ମେସିନ୍ ଗୁଡିକ ପୋଡିଗଲା ପରେ ବେରୋଜଗାର ହୋଇପଡିଛନ୍ତି କାର୍ତିକ । ଫଳରେ ସେ ଧାର କରଜରେ ବୁଡି ନିଜର ଚାରି ପ୍ରାଣି କୁଟୁମ୍ବକୁ ସାଙ୍ଗରେ ନେଇ ଭଙ୍ଗା ଘରେ ହନ୍ତସନ୍ତ ହେଉଥିଲେ । ଖବର ପାଇ ଆନ ଗଣମାଧ୍ୟନ ପ୍ରତିନିଧି କାର୍ତିକାଙ୍କ ଘରେ ପହଂଚି ତାଙ୍କର ସମସ୍ତ ସୁବିଧା ଅସୁବିଧା ସବୁ ଅନୁଧ୍ୟାନ କରିବା ପରେ କାର୍ତିକା ପରିବାରଙ୍କୁ ଆଣି ଘଟଗାଁ ବିଡିଓଙ୍କ ପାଖରେ ପହଂଚିଥିଲେ । ଆନ ଗଣମାଧ୍ୟନ ପ୍ରତିନିଧଙ୍କ ଉପସ୍ଥିତିରେ ବିଡିଓ ମହୋଦୟ ଖୁବ୍ ଶୀଘ୍ର କାର୍ତୀକଙ୍କୁ ସରକାର ତରଫରୁ ତିନି ଚାରି ମାସ ମଧ୍ୟରେ ଖଣ୍ଡିଏ ଘର ଯୋଗାଇ ଦିଆଯିବ ବୋଲି ପ୍ରତିସୃତି ଦେବା ସହିତ ସ୍ଥାନୀୟ ତହସିଲଦାରଙ୍କୁ କହି ବର୍ତମାନ ପାଇଁ ଖଣ୍ଡିଏ ପଲିଥିନ୍ ଆମ ଉପସ୍ଥିତିରେ ଦେଇଥିଲେ । ସମ୍ପୁର୍ଣ୍ଣ ଦୁଃଦ କାହାଣୀଟି ହେଲା ଘଟଗାଁ ବ୍ଲକ ପଇଦାପାଟଣା ପଂଚାୟତ ହଳଧରପୁର ଗାଁର ବାପ ଛେଉଣ୍ଡ ଦୃଷ୍ଟିହୀନ କାର୍ତୀକ ସାହୁ । ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାର ସଂସାର । କଟକ ଦୃଷ୍ଟିହୀନ ସ୍କୁଲରୁ ଦଶମ ଶ୍ରେଣୀ ପରିକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତୀନ ହେବା ପରେ କାର୍ତୀକ ଗାଁକୁ ଆସି ନିଜ ଗୋଡରେ ନିଜେ ଠିଆ ହୋଇ ପରିବାର ପ୍ରତିପୋଷଣ କରିବା ପାଇଁ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଋଣ ଆଣି ଏକ ଚକ୍ ଖଡି ଇଣ୍ଡସ୍ଟ୍ରି କରିଥିଲେ । ଚକ୍ ମେସିନ୍ରେ ସକ୍ଲାଗି ମେସିନ୍ଟି ପୋଡିଯିବାର ବର୍ତମାନ କାର୍ତିକର ଅଖଚକ ସବୁ ବନ୍ଦ ହୋଇଯାଇଛି । ଅର୍ଥ ଅଭାବରୁ ଠିକ୍ସେ ପରିବାର ପ୍ରତିପୋଷଣ କରିପାରୁ ନାହିଁ । ଦୁଇ ପୁଅଙ୍କ ପାଠ ପଢା ଖର୍ଚ୍ଚ ସାଙ୍ଗକୁ ଏପଟେ ଋଣ ଆଣିଥିବା ଟଙ୍କାର କିସ୍ତି ଶୁଝିବାର ଚିନ୍ତା ଏବେ ଭାଙ୍ଗି ପକାଇଛି କାର୍ତୀକଙ୍କୁ । ତେବେ ଦୁଃଖ ଉପରେ ନଳିତା ବିଡା ସଦୃଶ ଲଗାଣ ବର୍ଷାରେ ଘର କାନ୍ଥଭାଙ୍ଗିଯିବାରୁ ବର୍ତମାନ ଭଙ୍ଗା ଚାଳିଆରେ ରୋଷେଇବାସ କରିବା ସହିତ ଗୋଟିଏ ବଖରାରେ ପରିବାରଟି ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାର୍ତିକ ସାହୁଙ୍କ ଅସୁବିଧା ସମ୍ପର୍କରେ ଆନ ଗଣମାଧ୍ୟନ ପ୍ରତିନିଧି ଜାଣି କାର୍ତିକାଙ୍କ ଘରେ ପହଂଚି ପ୍ରକୃତ ଘଟଣାକୁ ଅନୁଧ୍ୟାନ କରିବା ସହିତ ସଙ୍ଗେ ସଙ୍ଗେ କାର୍ତିକା ପରିବାରଙ୍କୁ ଆମ ଗଣମାଧ୍ୟନ ପ୍ରତିନିଧି ଘଟଗାଁ ବିଡିଓଙ୍କ ପାଖରେ ପହଂଚିଥିଲେ । ଆନ ଗଣମାଧ୍ୟନ ପ୍ରତିନିଧିଙ୍କ ଉପସ୍ଥିତିରେ ବିଡିଓ ମହୋଦୟ ସଙ୍ଗେ ସଙ୍ଗେ ତତ୍କାଳୀନ କାର୍ଯ୍ୟରତ ଜିଲ୍ଲାପାଳ ଆଷିଶ୍ ଠାକ୍ରେଙ୍କ ସହିତ କଥା ହୋଇ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶକ୍ରମେ ସଙ୍ଗେ ସଙ୍ଗେ କାର୍ତିକ ପରିବାରଙ୍କୁ ବ୍ଲକ୍ ଗାଡିରେ ଜେଇ ଏବଂ ଆଶିଷ୍ଟାଣ୍ଡ ଇଂଜିନିୟରଙ୍କୁ ପରିବାର ସହିତ ପ୍ରକୃତ ଘଟଣାର ଅନୁଧ୍ୟାନ କରିବା ପାଇଁ ପଠାଇଥିଲେ । ତାସହିତ ଖୁବ୍ ଶୀଘ୍ର କାର୍ତିକଙ୍କୁ ସରକାରଙ୍କ ତରଫରୁ ତିନି ଚାରି ମାସ ମଧ୍ୟରେ ଖଣ୍ଡିଏ ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।