ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ କେରଳରେ ଫସିଥିବା ଶ୍ରମୀକଙ୍କୁ ପ୍ରଶାସନର ସହଯୋଗ

ବୁଗୁଡା (ଅନିଲ କୁମାର ମହାରଣା) : କେରଳରେ ଗଞ୍ଜାମ ଜିଲ୍ଲାର ଆମ ଓଡ଼ିଆ ଶ୍ରମିକ ୧୪ ଜଣ ପାଞ୍ଚ ଦିନରେ ମାତ୍ର ଦୁଇ ଥର ଖାଇ ଦୁର୍ଦ୍ଦିନରେ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୯ ଜଣ ପୋଲସରା ବ୍ଲକ,୪ ଜଣ ଆସିକା ବ୍ଲକ ଓ ଜଣେ ବୁଗୁଡା ବ୍ଲକର ବୋଲି ଜଣାପଡିଛି। ପୋଲସରା ବ୍ଲକର ୯ ଜଣ ହେଲେ ଉସ୍ତପଡ଼ା ଗ୍ରାମର – ବାହାଦୂର ସ୍ଵାଇଁ,କୋକନ ସ୍ବାଇଁ ,କୋକରଣ୍ଡା ଗ୍ରାମର – ବିଜୟ ଭଟ୍ଟ, ମଥୁରା ଗ୍ରାମର – ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବାପୁନି ସ୍ଵାଇଁ, ବଡ ପଙ୍କଳବାଡ଼ି ଗ୍ରାମର – ଅଶୋକ ବେହେରା, ସନ୍ତୋଷ ଡାକୁଆ, ଚିରିକିପଡା ଗ୍ରାମର – ନିଲୁ ପୋଲାଇ ,ବାଲିଘାଇ ଗ୍ରାମର – ଅରୁଣ ସ୍ଵାଇଁ।ସେହିପରି ଆସିକା ବ୍ଲକର ୪ ଜଣ ହେଲେ ନିମିନା ଗ୍ରାମର – ଅଭିମନ୍ୟୁ ରାଉତ, ଶିବ ରାଉତ, ଶମ୍ଭୁ ରାଉତ, ପୀତାମ୍ବର ରାଉତ ଏବଂ ବୁଗୁଡା ବ୍ଲକର ଡେହୁକା ଗ୍ରାମର ଜଣେ – ସୁଶାନ୍ତ ସାହୁ । ସେମାନଙ୍କ ମଧ୍ୟରୁ ପୋଲସରା ବ୍ଲକର ମଥୁରା ଗ୍ରାମର ବାପୁନି ସ୍ଵାଇଁ ତାଙ୍କର ଫୋନ ନଂ ୮୬୦୬୬୯୦୨୫୮ରେ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣାଙ୍କ ସହ କଥା ହୋଇ ପ୍ରକାଶ କରିଥିଲେଯେ ୫ ଦିନହେଲା ସେମାନେ କେରଳର କାଲିକଟ ସରକାରୀ ମେଡିକାଲ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଫସି ରହିଛନ୍ତି। ୫ ଦିନ ମଧ୍ୟରେ ସେଠାର କୌଣସି ସଂସ୍ଥା ସେମାନଙ୍କୁ ଦୁଇ ଥର ଖାଇବାକୁ ଦେଇଥିବା ବେଳେ ଅନ୍ୟ ସମୟ ଭୋକରେ ଦିନ କାଟୁଛନ୍ତି। ଶ୍ରୀ ମହାରଣା ସେମାନଙ୍କ ପାଖକୁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସାହାଯ୍ୟ ଫୋନ ନମ୍ବର ୦୬୭୪-୨୩୯୨୧୧୫ ଓ ୯୪୩୮୯୧୫୯୮୬ ଦୁଇଟି ବାପୁନିଙ୍କ ହ୍ଵାଟ୍ସଆପ ନମ୍ବରକୁ ପଠାଇ ଫୋନକରି ଜଣାଇବାକୁ କହିବା ସହ ନିଜେ ମଧ୍ୟ ସ୍ଵତନ୍ତ୍ର ନମ୍ବରକୁ ଫୋନକରି ଅବଗତ କରାଇଥିଲେ। ଗତକାଲି ଓଡ଼ିଶା ରାଜ୍ୟ ପ୍ରଶାସନ ପକ୍ଷରୁ ବାପୁନିଙ୍କ ନମ୍ବରକୁ ଫୋନକରି ସେମାନଙ୍କ ସ୍ଥିତି ବୁଝି କେରଳର ସେହି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ