ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ- ନାଟ୍ୟକାର ସୁଧାଂଶୁ ନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ ବୋଲି ବୁଧବାର ବନ୍ତ ଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ.ସୁଧାଂଶୁ ନାୟକ କହିଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକ ମାନେ ନିର୍ଭିକ ଖବର ପରିବେଷଣ କରି ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସେକ୍ ସୌକତ ଅଲ୍ଲୀ, ସାମ୍ବାଦିକ ହେମନ୍ତ ସିଂହ, ହରି ନାରାୟଣ ମହାନ୍ତି, ଅକ୍ଷୟ ଦାସ, ଜ୍ଞାନଦା ପ୍ରସାଦ କରଶର୍ମା, ରବିନ୍ଦ୍ର ଓଝା, ରମେଶ ପତି, ସୁକାନ୍ତ ଜେନା, ରବିନ୍ଦ୍ର ସେଠୀ, ପ୍ରଦ୍ୟୁମ୍ନ ପୁହାଣ, ଜଗନ୍ନାଥ ପଳତା ଉପସ୍ଥିତ ଥିଲେ ।


