ଗଣମାଧ୍ୟମ ବିରୋଧରେ କଂଗ୍ରେସ ନେତ୍ରୀଙ୍କ ମନ୍ତବ୍ୟକୁ, ନିନ୍ଦା କଲା ପ୍ରେସ୍ କ୍ଲବ

ଧର୍ମଶାଳା, : ଗଣମାଧ୍ୟମ ବିରୋଧରେ ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ହୀନ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି ଧର୍ମଶାଳା ପ୍ରେସ କ୍ଲବ୍ । ବିଛାଖଣ୍ଡି ପାହାଡରେ ଚାଲିଥିବା ବେଆଇନ ବ୍ଲାଷ୍ଟିଂକୁ ବିରୋଧ କରି ଅଂଚଳବାସୀଙ୍କ ସହ ସାମିଲ ହୋଇଥିଲେ ସ୍ମୃତିରେଖା । ତେବେ ଗତକାଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ (ୱେବ ମିଡିଆ)ରେ ବିଛାଖଣ୍ଡି ପାହାଡରେ ଚାଲିଥିବା ଅନିୟମିତାକୁ ନେଇ ମନ୍ତବ୍ୟ ଦେବା ସମୟରେ ଗଣମାଧ୍ୟମ ବିରୋଧରେ କଟୁ ମନ୍ତବ୍ୟ ପ୍ରଦାନ କରିଥିଲେ । ଏନେଇ ଧର୍ମଶାଳା ପ୍ରେସ କ୍ଲବର ସାମ୍ବାଦିକମାନେ ଏହାର ଦୃଢ ନିନ୍ଦା କରିଛନ୍ତି । ପ୍ରେସ କ୍ଲବ ସଭାପତି ଇନ୍ଦ୍ରମଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ, ସହସଂପାଦକ ସୀତାକାନ୍ତ ସାମଲ, ସଂଗଠନ ସଂପାଦକ ଅବିନେଶ୍ୱର ଶତପଥୀ, କୋଷାଧ୍ୟକ୍ଷ ମାନସ ରଂଜନ ଜେନା, ସଭ୍ୟ କପିଳେନ୍ଦ୍ର ରାଉତ, ସବ୍ୟସାଚୀ ବେହେରା, ଅଖିଳ କୁମାର ସ୍ୱାଇଁ, ଅକ୍ଷୟ କୁମାର ରାଉତ, ବିବେକାନନ୍ଦ ରାୟ, ପ୍ରଶାନ୍ତ କୁମାର ଗନ୍ତାୟତ, ଅନିଲ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ମୁଦୁଲି, ପ୍ରସନ୍ନ କୁମାର ପାଣି, ରଶ୍ମିରଂଜନ ରାୟ, ବିନୋଦ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ଏହାର ଦୃଢ ନିନ୍ଦା କରିବା ସହ ଏଭଳି ବିବୃତିରୁ ନିବୃତ ରହିବା ପାଇଁ କହିଥିଲେ । ଏଥିସହ ବିଭିନ୍ନ ସମୟରେ ଧର୍ମଶାଳା ଅଂଚଳର ସାମ୍ବାଦିକ ମାନେ ବିଛାଖଣ୍ଡି ପାହାଡରେ ଚାଲିଥିବା ବେଆଇନ କାର୍ଯ୍ୟ ଓ ସେଠାକାର ଲୋକଙ୍କ ସମସ୍ୟାକୁ ଗଣମାଧ୍ୟମରେ ଅନବରତ ପ୍ରକାଶ କରିଆସିଛନ୍ତି । ଏଭଳି କ୍ଷେତ୍ରରେ ଜଣେ ନାରିନେତ୍ରୀ ହୋଇ ଗଣାମଧ୍ୟମ ବିରୋଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବୈଠକରେ ମତପ୍ରକାଶ ପାଇବା ସହ ଶ୍ରୀମତୀ ପହି ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ