ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ବିଜୁ ସ୍ଵାସ୍ଥ୍ୟ ବୀମା କାର୍ଡ ବଣ୍ଟନ
ନିମାପଡା, (ସନ୍ତୋଷ ଦାଶ):ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଗତ କାଲି ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଜିଲ୍ଲା ର ହିତାଧିକାରୀ ଙ୍କୁ ବିଜୁ ସ୍ଵାସ୍ଥ୍ୟ ବୀମା କାର୍ଡ ବଣ୍ଟନ ର ଶୁଭାରମ୍ଭ କରିବାପରେ ଆଜି ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡା ବ୍ଲକ୍ ଓ ଏନଏସି ଅଞ୍ଚଳର ହିତାଧିକାରୀ ଙ୍କୁ ଉକ୍ତ ବୀମା କାର୍ଡ ବଣ୍ଟନ କରିଛନ୍ତି । ନିମାପଡା ବ୍ଲକର ୧୧ଟି ସ୍ଥାନ ଓ ଏନଏସି ର ୨ ଟି ସ୍ଥାନ ରେ ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଡ ବଣ୍ଟନ ଉତ୍ସବ ର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ଶ୍ରୀଦାଶ ବିଭିନ୍ନ ସ୍ଥାନକୁ ମାରାଥନ ଗ୍ରସ୍ତ କରି ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରିଥିଲେ। ଶ୍ରୀ ଦାଶ ଙ୍କ ସହିତ ନିମାପଡା ବ୍ଲକ ଅଧ୍ୟକ୍ଷା ମନସ୍ଵିନୀ ଖଟୋଇ, ଉପାଧ୍ୟକ୍ଷ ଅଜୟ ସ୍ବାଇଁ , ବିଡ଼ିଓ ବସନ୍ତ କୁମାର ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଅତିଥିଭାବେ ଯୋଗଦାନ କରିଥିଲେ। ସେହିପରି ବ୍ଲକ ର ତେରୁଣ୍ଡିଆ, ଭିଲିଗ୍ରାମ ଠାରେ ବ୍ଲକ ଅଧ୍ୟକ୍ଷା ଓ ଉପାଧକ୍ଷ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ବୀମା କାର୍ଡ ବଣ୍ଟନ କରିଥିଲେ । ସବୁ ସ୍ଥାନ ରେ ମନ୍ତ୍ରୀ ଶ୍ରୀ ଦାଶ ଓ ଅତିଥି ମାନଙ୍କୁ ବିଜେଡି କର୍ମୀ ମାନେ ବାଜା ବଜାଇ, ଶଙ୍ଖ ଫୁଙ୍କି ସ୍ବାଗତ ଜଣାଇ ଉତ୍ସବ ସ୍ଥଳୀ କୁ ପାଛୋଟି ନେଇଥିଲେ । ନିମାପଡା ବ୍ଲକ ଅଞ୍ଚଳ ରେ ସମୁଦାୟ ୪୩ ହଜାର ୬୮୦ ପରିବାର ଏହି ବିମା କାର୍ଡ ପାଇବେ ବୋଲି ବିଡ଼ିଓ
ପ୍ରକାଶ କରିଛନ୍ତି ।


