ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା : ୧୦ କିମି ଭିତରେ ଖାତା ଦେଖା ବ୍ୟବସ୍ଥା ହେବ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ଏଥିପାଇଁ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ । ଏହା ପରେ ସେମାନଙ୍କୁ ୧୦ କିମି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରିବାକୁ ବ୍ୟବସ୍ଥା କରାଯିବ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ରକୁ ବି ବଢ଼ାଯିବ । ଖାତା ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ୧୦ କିଲୋମିଟର ଦୂରରୁ ଖାତା ମୂଲ୍ୟାୟନ କରିବାକୁ ଆସିବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପରେ ମନ୍ତ୍ରୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁପାଳନ ହେବ । ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୧୦ କିମି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରାଯିବ । ଏଥିପାଇଁ ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ରକୁ ବଢ଼ାଯିବ । ମୂଲ୍ୟାୟନ ସମୟରେ କୋଭିଡ-୧୯ ନିୟମକୁ ଅନୁପାଳନ କରାଯିବ । ଏ ନେଇ ସୋମବାର ବୈଠକରେ ନିଷ୍ପତ୍ତି ହେବ ।
ଉଲ୍ଲେଖଯୋଗ୍ୟ, ମାଟ୍ରିକ ଖାତା ମୂଲ୍ୟାୟନ ସମୟରେ ଶିକ୍ଷକ ପାଇଁ ବ୍ୟବସ୍ଥା କରିବାକୁ ଓଷ୍ଟାର ନିବେଦନ କରି ହାଇକୋର୍ଟ ବିଚାର କରିଥିଲେ । ଖାତା ମୂଲ୍ୟାୟନ ସମୟରେ ସମସ୍ତ ଲକଡାଉନ କଟକଣାକୁ ମାନିବା ସହ ସାମାଜିକ ଦୂରତାକୁ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ