ଗଣଶିକ୍ଷା ମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବୀପତ୍ର

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ): କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସାକ୍ଷାତ କରିଛନ୍ତି | ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଏକ ଦାଵିପତ୍ର ପ୍ରଦାନ କରିଥିଲେ | ଆରଟିଇ ଅର୍ଥ ମଞ୍ଜୁର ହୋଇପଡ଼ିରହିଥିବା ସତ୍ତ୍ୱେ ସ୍କୁଲ ଗୁଡିକୁ ପ୍ରତିପୂରଣ ଦିଆଯାଉନଥିବା ରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ତରଫରୁ ଦାଵି କରାଯାଇଛି | ଘରୋଇ ସ୍କୁଲଗୁଡିକ ସରକାରୀ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷା ଦାନ ଦେଇଥାନ୍ତି | ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବା ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲଗୁଡିକ ଉପରେ ଆର୍ଥିକ ବୋଝ ବଢିଯାଉଛି | ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲକୁ ଆଜୀବନ ଓ ଭଡ଼ା ଘରେ ପରିଚାଳନା ହେଉଥିବା ଘରୋଇ ସ୍କୁଲ କୁ ୧୦ ବର୍ଷ ର ସିଓଆର ଦେବା ପାଇଁ ମଧ୍ୟ୍ୟ ଦାଵି କରାଯାଇଛି | ଏହି ଦାଵିପତ୍ର ପ୍ରଦାନ ବେଳେ ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ଼ ଶିବରାମ ନାୟକ, ଭାଇସ-ଚେୟାରମ୍ୟାନ ୟୁସୁଫ ଅହମ୍ମଦ, ଡ଼. ଜୟ କୁଟେ, ସଂଜୀବ ଜୈନ, ଦୁଷ୍ମନ୍ତ ପ୍ରଧାନ, ଟିକେଶ୍ୱର କୁମାର, ମନମୋହନ ଦାସ,ସାଇ ସ୍ୱରୂପ ପୁରୋହିତ, ଆର୍ତ୍ତତ୍ରାଣ ବାଗ ଯତୀନ ପ୍ରଧାନ, ବିଜୟ ମେହେର , ଅରୁଣ କୁମାର ପାଣିଗ୍ରାହୀ, ଶଶିକାନ୍ତ ସୁନାନୀ ସମେତ ଜିଲ୍ଲାର ୧୩ଟି ବ୍ଲକ ର ବିଭିନ୍ନ ଘରୋଇ ସ୍କୁଲର ଅଧ୍ୟକ୍ଷ, ନିର୍ଦ୍ଦେଶକ, ସ୍କୁଲ ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ | ଏହି ଯଥାର୍ଥ ଦାଵି କୁ ଗରୁତ୍ବ ଭାବେ ନେଇ ଶୀଘ୍ର ବକେୟା ରାଶି ଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରତିଶୃତି ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ