ଗଣିଜାଙ୍ଗରେ କଂଗ୍ରେସର ସାଙ୍ଗଠନିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସଭାପତି ସୁବ୍ରତ ଦାସଙ୍କ ତତ୍ତ୍ୱାବଧାନରେ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ବିଷ୍ଣୁ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ, ଉପସଭାପତି ନିରଞ୍ଜନ ମଲ୍ଲିକ, ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଜିଲା ସଂପାଦକ ସ୍ମୃତି ରଞ୍ଜନ ସ୍ୱାଇଁ, ବିଜୟ ବାରିକଙ୍କ ସମେତ ବହୁ ନେତୃତ୍ୱ ଯୋଗ ଦେଇ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ମନୋଜ ଘଡାଇ, ଅରବିନ୍ଦ ଜେନା, ନକୁଳ ସେଠୀ, ଉଦ୍ଧବ ନାୟକ, ପପୁ ମହାପାତ୍ର, ପ୍ରଦୀପ ବେହେରା, ରଘୁନାଥ ମିଶ୍ର, ଦିଆସିଲ୍ ସେଠୀ, ଜନ୍ମେଞ୍ଜୟ ମହାପାତ୍ର, ଦୁର୍ଗା ମହାପାତ୍ର, ଗଦାଧର ଦାସ, ନିରାକର ସାହୁ, ଜଳଧର ଦାସଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଶେଷରେ ରଘୁନାଥ ବେହେରୋ ଧନ୍ୟବାଦ ଅର୍ପଣ କରିଥିଲେ ।