ଗଣିଜାଙ୍ଗ କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଯାପିତ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାର ଠାରେ ୪ ଦିନ ଧରି ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବାଘାଯତୀନ ଲୋକନାଟ୍ୟର ସତ୍ତ୍ୱାଧିକାରୀ ରବି ରାୟ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ । ସଭାପତି ହୃଦାନନ୍ଦ ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ, ମୁଖ୍ୟ ବକ୍ତା ଭାବେ ପ୍ରବଚକ ହରିହର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଶରତ ଚନ୍ଦ୍ର ମହାପାତ୍ର, ବ୍ୟାଙ୍ଗ ସାହିତ୍ୟିକ ବିଜୟ କୁମାର ବହଳୀ, ଆଇନଜୀବି ମନୋଜ ରାୟ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ହେଉଥିବା ନୃତ୍ୟ ପ୍ରତିଯୋଗିତାରେ ଦିପ୍ତୀମୟୀ ବାରିକଙ୍କୁ ପ୍ରଥମ, ମଧୁସ୍ମିତା ଜେନାଙ୍କୁ ୨ୟ, ଭାଗ୍ୟଲକ୍ଷ୍ମୀ ଜେନାଙ୍କୁ ୩ୟ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ଅଭୟ କୁମାର ପ୍ରଧାନ, ଶିକ୍ଷକ ରମାକାନ୍ତ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମ୍ପାଦକ ରାମଚନ୍ଦ୍ର ପଣ୍ଡା, ପ୍ରିୟନାଥ ନାୟକ, ରବିନ୍ଦ୍ର ସାହୁ, ଏକାଦଶୀ ସେଠୀ, ଚନ୍ଦନ ବେହେରା, ଅନୀଲ ସେଠୀ ସହଯୋଗ କରିଥିଲେ ।