ଗଣିଜାଙ୍ଗ, ଛୟାଳସିଂ, ଟିଲୋରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ତତ୍ତ୍ୱବଧାନ ତଥା ପଞ୍ଚାୟତ ସଭାପତି ଭୀମସେନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ, ବିଡିଓ ଶୁଭଦର୍ଶନ ମିଶ୍ର, ତହସିଲଦାର ଅଙ୍କିତା ବାରିକ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ସୁଧାଂଶୁ ନାୟକ, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ସଭ୍ୟା ରେବତୀ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, ପ୍ରାକ୍ତନ ସରପଞ୍ଚ ସୁବାଷ ମଳିକ, ଛାତ୍ରନେତା ଚିନ୍ମୟ ଦାସ, ପ୍ରାକ୍ତନ ସମିତି ସଭ୍ୟ ଭରତ ଜେନା, ଅଣାକାର ମଲ୍ଲିକ ଉପସ୍ଥିତ ରହି ଗରିବ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ପ୍ରାରମ୍ଭରେ ପ୍ରାକ୍ତନ ସମବାୟ ସମିତି ସଭାପତି ଜଗନ୍ନାଥ ପାଣିଗ୍ରାହୀ ଅତିଥି ପରିଚୟ କରିଥିଲେ । ସେହିପରି ଛୟାଳସିଂ ପଞ୍ଚାୟତରେ ଏହି କାର୍ଡ ବଣ୍ଟନ କରାଯାଇଛି । ଏଥିରେ ରାଜ୍ୟ ବିଜେଡି ସଂପାଦକ ଶ୍ରୀ ସାମଲ, ପ୍ରାକ୍ତନ ବିଧାୟକ ଶ୍ରୀ ଜେନା, ବ୍ଲକ ଅଧ୍ୟକ୍ଷ ଶ୍ରୀ ଜେନା, ଜିଲା ପରିଷଦ ସଭ୍ୟା ଶ୍ରୀମତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ବିଡିଓ, ସୁଧାଂଶୁ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ବେଜ, ସରପଞ୍ଚ ଚିନ୍ତାମଣି ଘଡେଇ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ମଲ୍ଲିକ, ପଞ୍ଚାୟତ ସଭାପତି ଗଣେଶ ଦାସ, ଛାତ୍ରନେତା ପ୍ରଣବ ଲେଙ୍କା, ଯୁବନେତା ବିପିନ ନାୟକ, ମାନସ ଜେନା, ଧର୍ମନ୍ଦ୍ର ଜେନା ଉପସ୍ଥିତ ଥିଲେ । ସେହିପରି ଟିଲୋ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ସରପଞ୍ଚ ନିହାରିକା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ବିଡିଓ ଶୁଭଦର୍ଶନ ମିଶ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, ସୁଧାଂଶୁ ନାୟକ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ ଉପସ୍ଥିତ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୫୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ଛାତ୍ରନେତା ପ୍ରଣବ ଲେଙ୍କା, ଯୁବନେତା ବିପିନ ନାୟକ, ସୁଧିର ନାୟକ ଉପସ୍ଥିତଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।


