ଗଣିଜାଙ୍ଗ ଦାସ ସାହିରେ ନିଆଁ ଲାଗିବା ଗୁଜବ: ଲୋକେ ଭୟଭୀତ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଦାସ ସାହିରେ ଭୌତିକକାଣ୍ଡ ଘଟୁଥିବାର ଦେଖାଯାଇଛି । ଗ୍ରାମର ସଦାଶିବ ଦାସଙ୍କ ଗୃହରେ ଅଳ୍ପ କିଛି ନିଆଁ ଲାଗିଥିବା ବେଳେ ସେହିଦିନ ୪ଟା ବେଳେ ପୁନଶ୍ଚ ତାଙ୍କ ଗୃହରେ ନିଆଁ ଲାଗିଥିବା ଗୁଜବ ହୋଇଥିଲା । ମଂଗଳବାର ଦିନ ୯ଟା ବେଳେ ଆନନ୍ଦ ଦାସ, ଅପରାହ୍ନ ୩ଟା ବେଳେ ସନାତନ ଦାସଙ୍କ ଘରେ ନିଆଁ ଲାଗିଥିବା ଶୁଣାଯାଇଥିଲା । ଗୁରବାର ସକାଳ ୯ଟା ବେଳେ ଅପର୍ତ୍ତି ଦାସଙ୍କ ଗୃହରେ ନିଆଁ ଲାଗିବା ଗୁଜବ ସୃଷ୍ଟି ହୋଇଥିଲା । ଏହି ଗୁଜବ ଶୁଣି ଗତ ୪ ଦିନ ହେବ ଗ୍ରାମରେ ଲୋକଙ୍କ ଭିଡ ଦେଖାଯାଇଛି । ଉକ୍ତ ଗ୍ରାମର ୨୫ ବର୍ଷିୟ ଜଣେ ବାଳିକାଙ୍କୁ ସ୍ପିରିଟ୍ ଆସିବା ଫଳରେ ସେ ବିଭିନ୍ନ ସମୟରେ ଗ୍ରାମର ଲୋକଙ୍କ ଘରେ ନିଆଁ ଲାଗିବା କଥା କହୁଛି । ଏହାକୁ ଶୁଣି ଗ୍ରାମର ଲୋକ ମାନେ ସଂପୃକ୍ତ ଲୋକଙ୍କ ଘରେ ଭିଡ ଜମାଉଛନ୍ତି । ଆଜି ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ôଚ ସଂପୃକ୍ତ ବାଳିକାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ପଠାଇଛନ୍ତି । ଏହି ଘଟଣାକୁ ନେଇ ଗତ ୪ ଦିନ ହେବ ଭଣ୍ଡାରିପୋଖରୀ ଓ ଆଗରପଡାରୁ ଦମକଳ ବାହିନୀ ଆସି କୌଣସି ନିଆଁ ଲାଗିବା ଦେଖିବାକୁ ନପାଇ ଫେରୁଥିବାର ଜଣାଯାଇଛି । ଗ୍ରାମର ଲୋକ ମାନେ ୪ଦିନ ହେବ ଭୟଭୀତ ଅବସ୍ଥାରେ ଥିବା ବେଳେ ଘରେ ଚୁଲି ଜଳୁ ନଥିବାର ଦେଖାଯାଇଛି ।