ଗଣିଜାଙ୍ଗ ନର୍ସରୀରେ ପନିପରିବା ଚାଷ ସମ୍ପର୍କୀତ ତାଲିମ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ବ୍ଲକ ସ୍ତରୀୟ ଉଦ୍ୟାନ ବିଭାଗ ନର୍ସରୀ ଠାରେ ପନିପରିବା ଚାଷ ସମ୍ପର୍କୀତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ଓ ଉଦ୍ୟାନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ତାଲିମ ଶିବିରରେ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ତାଲିମ ଗ୍ରହଣ କରିଥିଲେ । ଏଥିରେ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ଡଃ.ଅରବିନ୍ଦ ଦାସ, ଭଦ୍ରକ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଉର୍ମିଳା ମହାପାତ୍ର, ସହକାରୀ କୃଷି ଉଦ୍ୟାନ ଯନ୍ତ୍ରୀ ପ୍ରଲିପ୍ତା ପାଣି, ତିହିଡି ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରିୟଙ୍କା ରାଉତ, ବାସୁଦେବପୁର ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୋନାଲୀ ସାହୁ, ବନ୍ତ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ, ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚୀରଞ୍ଜୀବ୍ ଦାସ ଯୋଗ ଦେଇ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପନିପରିବା ଚାଷ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା ।


