ଗଣିଜାଙ୍ଗ ପଞ୍ଚାୟତରେ କରୋନା ସଚେତନତା
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତରଫରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ରଞ୍ଜନ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, ଜି.ଆର୍.ଏସ୍ ହିମାଂଶୁ ମିଶ୍ର, ପୂର୍ବତନ ସରପଞ୍ଚ ସୁବାଷ ମଲ୍ଲିକ, ନେହେରୁ ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ ୨୦୧୯ରେ କରୋନା ଏକ ନୂଆ ଧରଣର ଭାଇରସ । ଯାହା ପୃଥିବୀରେ କୋଭିଡ୍-୧୯ ବା କରୋନା ଭାଇରସ ଜନିତ ସଂକ୍ରମଣ ସୃଷ୍ଟି କରିଛି । ପ୍ରଥମେ ଚୀନରୁ ଆରମ୍ଭ ହୋଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ବାରମ୍ବାର ନିଜ ହାତକୁ ସାବୁନ ଓ ପାଣିରେ ଧୋଇବା ଦ୍ୱାରା ସଂକ୍ରମଣ କମି ଥାଏ ବୋଲି କହିଥିଲେ । ପ୍ରାରମ୍ଭରେ ସାବୁନ୍ ଓ ସାନିଟାଇଜେସନ ଦ୍ୱାରା ହାତକୁ ଧୋଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇôଥଲା । ଉକ୍ତ କାର୍ଯ୍ୟକ୍ରମରେ ଅଶୋକ ବେହେରା, ରଞ୍ଜନ ସେଠୀ, ପିତାମ୍ବର ନାୟକ, ପଦ୍ମନାଭ ପତି, ସୁଧାକର ବେହେରା, ଗଜେନ୍ଦ୍ର ଘିଆ, ଗଣେଶ ଦାସଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ ।


