ଗଣିଜାଙ୍ଗ ବଜାରରୁ ଚୋରି
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗୁରବାର ବିଳମ୍ବିତ ରାତ୍ରରେ ବନ୍ତ ବ୍ଲକ ଗଣିଜାଙ୍ଗ ବଜାରରୁ ଚୋରି ହୋଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ବଜାରରେ ଥିବା ରବିନ୍ଦ୍ର ଘଡେଇଙ୍କ ଭେରାଇଟ ଷ୍ଟୋରରୁ କେହି ଦୃବୁର୍ତ୍ତ ବିଭିନ୍ନ ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି କରିନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଉଦ୍ଧ୍ୱର୍ ହେବ । ଚୋରି ସଂପର୍କରେ ରବିନ୍ଦ୍ରଙ୍କ ବାପା ଉମାକାନ୍ତ ଘଡେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଦୋକାନରୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଚୋରି କରିଥିବା ନେଇ ସ୍ଥାନୀୟଲୋକେ ଦେଖିଥିବା କହୁଛନ୍ତି । ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ଚୌକିଦାରଙ୍କ ସହାୟତାରେ ସଂପୃକ୍ତ ବ୍ୟକ୍ତିଙ୍କ ଘରୁ କିଛି ସାମଗ୍ରୀ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଅପରପକ୍ଷେ ଏହି ବଜାରରେ ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସ ଚୋରି ସଂପର୍କରେ କୌଣସି ସୁରାକ୍ ନପାଇବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।