ଗଣେଶଙ୍କ ପୂଜାରେ ମଧୁବୈଶ୍ୟ ସମାଜର ସାମୂହିକ ସଂଧ୍ୟା ଆରତୀ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ମଧୁବୈଶ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ଗଣେଶ ପୂଜାରେ ସଂଧ୍ୟା ମହାଆରତୀ ଅନୁଷ୍ଠିତ ହୋଇଯାଇଛି । ବାରବାଟୀସ୍ଥିତ ଗଣେଶ ମଣ୍ଡପଠାରେ ଅନୁଷ୍ଠିତ ଆରତୀ କାର୍ଯ୍ୟକ୍ରମରେ ଭାଗ୍ୟଜ୍ୟୋତି ସାହୁ ଗଣେଶଙ୍କ ବନ୍ଦନା ଗାନ କରିଥିବା ବେଳେ ସଂଗଠନର ମହିଳା ସଦସ୍ୟଙ୍କ ଦ୍ୱାରା ସାମୂହିକ ଆରତୀ କରାଯାଇଥିଲା । କର୍ମକର୍ତ୍ତା ଓ ସଦସ୍ୟମାନେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କୈଳାସ ଚନ୍ଦ୍ର ସାହୁ ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମର ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ଗଣପତି ପୂଜାର ବୈଶିଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ତୋଷ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟାନ୍ୟଙ୍କ ମଧ୍ୟରେ ପ୍ରଦୀପ୍ତ କିଶୋର ସାହୁ, ଯୋଗେନ୍ଦ୍ର ସାହୁ, ଫକୀରମୋହନ ସାହୁ, ଗୌର ଚନ୍ଦ୍ର ସାହୁ, ହରିମୋହନ ସାହୁ, ପର୍ଶୁରାମ ସାହୁ, ଅଭିରାମ ସାହୁ, ଚିତ୍ତରଞ୍ଜନ ସାହୁ, ଅଜୟ କୁମାର ଚୌଧୁରୀ, ଅଞ୍ଜନ କୁମାର ସାହୁ, ଦିବ୍ୟଲୋଚନ ସାହୁ, ବଂଶୀଧର ସାହୁ, ଅନନ୍ତ ସାହୁ, ଯୋଷବନ୍ତ ସାହୁ, ଯୁଧିଷ୍ଠିର ସାହୁ, ଅକ୍ଷୟ ସାହୁ ଓ ପ୍ରଭାସ ସାହୁ ଉପସ୍ଥିତ ଥିଲେ


