ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରଦାର
ନିମାପଡ଼ା, (ସନ୍ତୋଷ ଦାଶ):ଦୀର୍ଘ ୨ବର୍ଷ ପରେ ଜାକଜମକରେ ଶ୍ରୀ ଗଣେଶ ପୂଜା ହେବ। ଏଥିପାଇଁ ପୁର ଠାରୁ ପଲ୍ଲୀ ରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ମୂର୍ତ୍ତୀ କାରିଗର ମାନେ ମୂର୍ତ୍ତୀ ଗଢ଼ିବା ରେ ଜୋର ସୋର ରେ ଲାଗି ପଡ଼ି ଥିବାବେଳେ ବିଭିନ୍ନ ପୂଜା କମିଟି, ବଜାର ବ୍ୟବସାୟୀ ସଂଘ ବୈଠକ କରି ଚଳିତ ବର୍ଷ କି କି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ସ୍ଥିର କରୁଛନ୍ତି। ଏହି ଅଞ୍ଚଳ ରେ ଥିବା ମେଲୋଡି ଦଳ, ଭଜନ ସଂଧ୍ୟା କରୁଥିବା ଦଳ, ପାଲା ଗାୟକ ଦଳ, ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଜୋର ଧରିଛି ରିହଲସେଲ। ଟେଣ୍ଡ ମାଲିକ ମାନେ କିପରି ପୂଜା ମଣ୍ଡପ କୁ ଭିନ୍ନ ଆଲୋକ, ଶବ୍ଦ ରେ ସଜ୍ଜିତ କରିବେ ସେ ବିଷୟରେ ଲାଗି ପଡ଼ିଛନ୍ତି। ପାଗ ଅନୁକୂଳ ରହିଲେ ଚଳିତ ବର୍ଷ ଧୁମ ଧାମ ରେ ଶ୍ରୀ ଗଣେଶ ପୂଜା ପାଳିତ ହେବ ବୋଲି କହିଛନ୍ତି ବିଭିନ୍ନ ପୂଜା କମିଟି ।