ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପଟିଗୁଡା ଗ୍ରାମପଞ୍ଚାୟତର ବ୍ରାହ୍ମଣ ପଙ୍କ ଗ୍ରାମରେ ଗଣେଶ ମୂର୍ତ୍ତିକୁ ଭସାଣି ବେଳେ ଜାତି ଗତ ଆକ୍ଷେପ କୁ ନେଇ ସବନ୍ନ,ଅସଵନ୍ନ ଙ୍କ ମଧ୍ୟରେ ମୁହାଁ ମୁହିଁ ସଂଘର୍ଷ ହୋଇଥିବା ଜଣାପଡିଛି | ସୂଚନା ପ୍ରକାରେ ଗତ ୨୪.୦୮.୨୦ ରେ ସନ୍ଧ୍ୟାରେ ବ୍ରାହ୍ମଣ ପଙ୍କ ଗ୍ରାମରେ ସବନ୍ନ,ଅସଵନ୍ନ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିବାକୁ ଯାଉଥିବା ବେଳେ ଜାତି ଗତ ଆକ୍ଷେପ କୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ ସୂତ୍ର ପାତ ଘଟିଥିଲା | ଏ ନେଇ ୨୫.୦୮.୨୦ ରେ ଉଭୟ ପକ୍ଷ ପାଟପୁର ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି | ଅସଵନ୍ନ ଲୋକଙ୍କ ମଧ୍ୟରୁ ୪ ଜଣଙ୍କୁ ଅଟକ ରଖିବା ଏବଂ ମହିଳା ଏସଆଇ ଜଣକ କେସ ଉଠାଇବା ପାଇଁ ଧମକ ଦେଉଥିବା ଅସଵନ୍ନ ଲୋକମାନଙ୍କର ମଧ୍ୟରେ ଭୟ ଜାତ ହୋଇଥିଲା ବେଳେ ସବନ୍ନ ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁ ବାଧ୍ୟ ହୋଇ ନିର୍ଯାତନା ସହି ନ ପାରି ଆଜି ଛତ୍ରପୁର ଆରକ୍ଷୀ ଅଧ୍ୟକ୍ଷକ ବ୍ରିଜେଶ ରାୟ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ଏନେଇ ପାଟପୁର ଥାନା ଏସଆଇ ତରୁଲତା ବେହେରାଙ୍କୁ ପଚାରିବାରୁ ସେ କହିଲେ ଉଭୟ ପକ୍ଷ ସବନ୍ନ ମଧ୍ୟରେ ଡ଼ମ୍ବ ଗୌଡ଼,ବାବୁ ଗୌଡ଼,ରାମହଜ,ସୁଶାନ୍ତ ଜୋଡ,ବିପ୍ର ଗୌଡ଼,ସନ୍ତୋଷ କୁମାର ମହାରଣା,ଭଜାରାମ ବାଡ଼ତ୍ୟା,ରାମଚନ୍ଦ୍ର ଗୌଡ଼,ସାହେବ ଗୌଡ଼,ଲଣ୍ଡା ଗୌଡ଼,ନୀଳାଞ୍ଚଳ ଗୌଡ଼, ହରିଶଚନ୍ଦ୍ର ଗୌଡ଼ ଙ୍କୁ ୧୯୭/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଅସଵନ୍ନ ଙ୍କ ମଧ୍ୟରେ ସନ୍ତୋଷ ନାଇକ, କେଶବ ନାଇକ,ଶିବ ନାଇକ,ରାଜେନ୍ଦ୍ର ନାଇକ ଙ୍କୁ ୧୯୮/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଏ ନେଇ ତଦନ୍ତ ଜାରି ରହିଥିବା ଏସଆଇ କହିଛନ୍ତି |