ଗଣ୍ଡଗୋଳ ନେଇ ଦୁଇଗୋଟି ମାମଲା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଖପୁରିଆପଦା ଠାରେ ଗଣ୍ଡଗୋଳ ଘଟି ଦୁଇଗୋଟି ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ସତ୍ୟରଞ୍ଜନ ବାରିକ ଓ ତାଙ୍କ ଭଉଣୀ ମଙ୍ଗଳବାର ସନ୍ଧ୍ୟାରେ ଯାଜପୁରରୁ ଘରକୁ ଆସୁଥିଲେ। ଖପୁରିଆପଦା ଛକ ଠାରେ ଷୋଳମପୁର ଗ୍ରାମର କ୍ଷୀରୋଦ ରାଉତ କୌଣସି କାରଣରୁ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିଥିଲା। ଏନେଇ ସତ୍ୟରଞ୍ଜନ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୨୩୧/୨୩ରେ ଏକ ମାମଲା ରୁଜ୍ଜୁ କରିଛି। ସେହିଭଳି ଅପରପକ୍ଷ କ୍ଷୀରୋଦଙ୍କ ମା ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଯେ ସତ୍ୟରଞ୍ଜନ ଓ ଆଉ କିଛି ବ୍ୟକ୍ତି ତାଙ୍କ ପରିବାରକୁ ମାରଧର କରିଛନ୍ତି। ଏନେଇ ପୁଲିସ ୨୩୦/୨୩ରେ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।