ଗଣ୍ଡଳାରେ ଘରେ ପଶି ଲୁଟ

ହିଂଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) : ହିଂଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ବିଲ ସାହି ବାସିନ୍ଦା ସୁନ୍ଦରୀ ସେଠୀଙ୍କ ଘରେ  ଶନିବାର ରାତିରେ ଚୋରୀ ହୋଇଥିବା  ୫ ଭରି ସୁନା ଅଳଙ୍କାର ଓ ନଗଦ ୧୦ହଜାରରୁ ଉଦ୍ଧ୍ୱର୍ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରାୟ ଲକ୍ଷାଧିକ ଟଙ୍କାର ଚୋରୀ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର  ରାତିରେ ସୁନ୍ଦରୀ ଉକ୍ତ ସାହିରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ରାତି ପ୍ରାୟ ୧୧ରେ ସେ ଘରକୁ ଫେରିବା ପରେ ଦୁବୃର୍ତ ଚୋରୀ କରିଥିବା ଜାଣିଥିଲେ । ଘରର ବାରି କବାଟ ତାଡ଼ି ଦୁବୃର୍ତ ଘର ଭିତରେ ପଶି ଚୋରୀ କରିଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଶନିବାର ରାତିରେ ନିକଟସ୍ଥ ବେଲଗାଁରେ ୨ଘର ଉପରେ ଦୁର୍ବୃର୍ତ ମାନେ ଚୋରୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ବେଲଗାଁ ଓ ଗଣ୍ଡଳା ନିକଟରେ କିଛି ଅସାମାଜିକ ବ୍ୟକ୍ତି ଜୁଆ ଖେଲ ଲଗାଉଥିବାରୁ ଏପରି ଘଟଣା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଶନିବାର ସୁନ୍ଦରୀଙ୍କ ଘରୁ ଚୋରୀ ପରେ  ଖବର ପାଇ ହିଂଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ