ଗଣ୍ଡାହାତୀକୁ ମଦମୁକ୍ତ ଅଞ୍ଚଳ ଭାବେ ଗଢିବାକୁ ଏସପିଙ୍କ ନୁତନ ପ୍ରୟାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ଓ ଆନ୍ଧ୍ରରେ ପ୍ରଖ୍ୟାତ ଥିବା ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟନ ସ୍ଥଳରେ ସମସ୍ତଙ୍କ ସୁରକ୍ଷା ପାଇଁ ସମ୍ପୁର୍ଣ୍ଣ ମଦମୁକ୍ତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ପୋଲିସ ଏସପି ସ।।ରା ଶର୍ମା ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । । ସୁନ୍ଦର ଜଳପ୍ରପାତ ସହ ସବୁଜ ବନାନୀ ଏବଂ ପ୍ରକୃତିକ ଦୃଶ୍ୟରେ ପରିପୁର୍ଣ୍ଣ ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟକ ଓ ଦର୍ଶକଙ୍କୁ ବେସ ଆକୃଷ୍ଟ କରିଥାଏ । ତେଣୁ ଏଠାରେ ବର୍ଷସାରା ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ ବେଶ ଜମିଥାଏ । ବିସେଷ କରି ଅକ୍ଟୋବର ମାସ ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ଦର୍ଶକଙ୍କ ସଂଖ୍ୟା ୨/୩ଗୁଣ ବୃଦ୍ଧି ପାଇଥାଏ । ଏହି ଅଞ୍ଚଳକୁ ଲୋକେ ପିକ୍ନିକ୍ ଆୟୋଜନ କରି ମଜାମଜଲିସ ମନାଇବା ସହ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି । ହେଲେ ଏହି ଅଞ୍ଚଳରେ କିଛି ପର୍ଯ୍ୟଟକ ମଦ୍ୟ ପାନ କରି ଶାନ୍ତିଶୃଙ୍ଖଳା ଭଙ୍ଗ କରୁଥିବା ସହ ମଦ ବତୋଲ ଓ ବିଭିନ୍ନ ପଲି ବ୍ୟାଗ ଚାରିପଟେ ଫୋପାଡି ପରିବେଶକୁ ଦୁଷିତ କରୁଥିବା ବହୁ ଅଭିଯୋଗ ଗଜପତି ଏସପି ହସ୍ତଗତ କରିବା ପରେ ଗତକାଲି ଠାରୁ ପ୍ରତ୍ୟେକ ଦିନ ଏଠାରେ ମଦ ବନ୍ଦ ପାଇଁ ଚଢାଉ ଜାରି କରିଛନ୍ତି । ଗତକାଲି ରବିବାର ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାକୁ ଆସିଥିବା ସମସ୍ତ ଦର୍ଶକ ଓ ପର୍ଯ୍ୟଟକ ଏବଂ ସେମାନଙ୍କ ବିଭିନ୍ନ ଯାନବାହନକୁ ତନଖି କରାଯାଇଥିଲା । କେତେକଙ୍କ ଠାରୁ ମଦ ବତୋଲ ଜବତ କରାଯାଇଥିଲା । ପର୍ଯ୍ୟଟକ ଓ ଦର୍ଶକଙ୍କ ହିତ ପାଇଁ ଏହା କରାଯାଉଥିବାରୁ ସେମାନଙ୍କ ସଚେତନ ପାଇଁ ପ୍ରଥମ ଦଫାରେ ବର୍ତ୍ତମାନ କାହା ବିରୁଦ୍ଧରେ ମାମଲା ରୁଜୁ କରାଯାଇ ନାହିଁ । ଆଗାମୀ ଦିନରେ ଏହାକୁ ଅମାନ୍ୟ କରି ମଦ ଏଠାକୁ ଆଣିଲେ କିମ୍ବା ପାନ କରି ବିଶୃଙ୍ଖଳା ଶୃଷ୍ଟିକାରୀଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।


