ଗଣ୍ଡିଦା ରାମକୃଷ୍ଣ ସେବାଶ୍ରମରେ ଆଲୋଚନା ଚକ୍ର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ସହର ସନ୍ନିକଟ ସାନପାଖଣା ପଞ୍ଚାୟତୟ ଗଣ୍ଡିଦା ସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ ଠାରେ ଶ୍ରୀରାମକୃଷ୍ଣ,ମା’ ଶାରଦା,ଓ ସ୍ବାମୀଜୀଙ୍କ ଭାବଧାରା ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ଅଧିବକ୍ତା ଅଶ୍ବିନୀ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଲଳିତ ମହାନ୍ତ ଯୋଗଦେଇ ଶ୍ରୀ ରାମକୃଷ୍ଣ,ମା’ ଶାରଦା ଓ ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଭାବଧାରା ରେ ବିଶ୍ବର ସର୍ବଧର୍ମ ସମନ୍ବୟ ଓ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଜଗତର ସଂଯୋଗ ପ୍ରତିଷ୍ଠା ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଶିକ୍ଷକ ଦୁର୍ଯୋଧନ ବେହେରା, ଶ୍ରୀରାମକୃଷ୍ଣ ଭାବଧାରା ରେ ଶିକ୍ଷା ଓ ତାର ପ୍ରବର୍ତ୍ତନ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ କ୍ଷେତ୍ରମୋହନ ମହାନ୍ତ ଓ ରାମ ଦୁଲାଲ ରାୟ ଯୋଗ ଦେଇ ମହାନ ସନ୍ଥ ଙ୍କ ଜୀବନୀ ଉପରେ କିଛି ମୂଲ୍ୟବାନ କଥା ଉପସ୍ଥାପନ କରିଥିଲେ ।ଆଶ୍ରମର ସଂପାଦକ ସ୍ବାମୀ ହରିପଦାନନ୍ଦ ମହାରାଜ ବାର୍ଷିକ ବିବରଣୀ ପାଠ କରିଥିଲେ ।ପ୍ରାରମ୍ଭରେ ସୁମନ୍ତ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଶେଷରେ ଆଇନଜୀବୀ ଲକ୍ଷ୍ମୀକାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଲୋକନାଥ ମହାନ୍ତ ,ମୋଚିରାମ ବେହେରା ଓ ଦେବାଶିଷ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ